ମାସ୍କ ପିନ୍ଧି ନଥିବାରୁ ଡେପୁଟି ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍‌, ୧୧ ହଜାର ଟଙ୍କାର ଫାଇନ୍‌ କାଟିଲା ପୋଲିସ୍‌

Published By : Prameya-News7 Bureau | June 29, 2021 IST

wp:heading {"level":4}

କାନ୍‌ବେରା, ୨୯/୦୬: କରୋନା ସମୟରେ ମାସ୍କ ନପିନ୍ଧିବା ଜଣେ ଡେପୁଟି ପ୍ରଧାନମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କୁ ୨ ଶହ ଡଲାର ବା ୧୧ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି । ଅଷ୍ଟ୍ରେଲିଆର ଡେପୁଟି ପ୍ରଧାନମନ୍ତ୍ରୀ ବାର୍ଣ୍ଣାବୀ ଜୋୟେସିଙ୍କୁ ଏହି ଫାଇନ୍‌ ଦେବାକୁ ପଡ଼ିଛି । ସେ ଏକ ସର୍ଭିସ୍‌ ଷ୍ଟେସନ୍‌ରେ ମାସ୍କ ନପିନ୍ଧି କୋଭିଡ୍‌ ଗାଇଡ୍‌ଲାଇନ୍‌ ଭଙ୍ଗ କରିଥିବାରୁ ସୋମବାର ଫାଇନ୍‌ ଦେଇଛନ୍ତି ।

/wp:heading wp:heading {"level":4}

ପବ୍ଲିକ୍‌ ସ୍ଥାନରେ ମାସ୍କ ନପିନ୍ଧିବା ଜନସ୍ୱାସ୍ଥ୍ୟ ପ୍ରୋଟୋକଲ୍‌ର ଉଲଂଘନ । ସୋମବାର ଜୋୟେସି ନ୍ୟୁ ସାଉଥ୍‌ ୱାଲେସ୍‌ ଟାଉନ୍‌ରେ ଜୋୟେସି ମାସ୍କ ପିନ୍ଧି ନଥିବା ନଜର ଆସିଥିଲେ । ସେ ତେଲ ଟାଙ୍କିରେ ଗାଡ଼ିରେ ତେଲ ପକାଉଥିବା ସମୟରେ ଗାଇଡ୍‌ ଲାଇନ୍‌ର ଉଲଂଘନ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ପୋଲିସ୍‌ ଘଟଣାର ତଦନ୍ତ କରିଥିଲା ।

/wp:heading wp:heading {"level":4}

ପରେ ପୋଲିସ୍‌ ତାଙ୍କୁ ଏହି ନିୟମ ଉଲଂଘନ କରିଥିବା ଜଣାଇଥିଲା । ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ଠାରୁ କଟାଯାଇଥିବା ଫାଇନ୍‌ ଅନୁସାରେ ତାଙ୍କଠାରୁ ମଧ୍ୟ ସେତିକି ଫାଇନ୍‌ କଟାଯାଇଥିଲା । ଏ ନେଇ ଜୋୟେସି ସ୍କାଇ ନ୍ୟୁଜ୍‌କୁ ସାକ୍ଷାତ କାରରେ ତାଙ୍କର ଭୁଲ୍‌ ହୋଇଥିବା କହିଥିଲେ । ସେ କହିଥିଲେ ଯେ, ବିମାନବନ୍ଦରକୁ ଯାଉଥିବା ସମୟରେ ସେ ପେଟ୍ରୋଲ୍‌ ପକାଇବା ପାଇଁ ଯାଇଥିଲେ । ଏହି ସମୟରେ ସେ ମାସ୍କ ପରିଧାନ କରିନଥିଲେ । ତେଣୁ ତାଙ୍କୁ ଫାଇନ୍‌ ଦେବାକୁ ପଡ଼ିଛି ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.