Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

କରୋନା ମହାମାରୀ ସହ ଲଢୁଥିବା ଭାରତ ପାଇଁ ପାଣ୍ଠି ସଂଗ୍ରହ କରିବେ ଅଷ୍ଟ୍ରେଲୀୟ କ୍ରିକେଟର

2/06/2021 at 8:45 PM

ନୂଆଦିଲ୍ଲୀ ୦୨/ ୦୬ : କରୋନା ମହାମାରୀ ବିରୋଧରେ ସାରା ଦେଶ ଲଢୁଛି । ଲୋକମାନଙ୍କର ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହେଉଛି । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର କ୍ରିକେଟରମାନେ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଗେମିଂ ଲାଇଭ ଷ୍ଟ୍ରିମରେ ଭାଗ ନେଇ ଏହି ମାଧ୍ୟମରେ ଅର୍ଥ ସଂଗ୍ରହ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରାୟ ଏକ ଲକ୍ଷ ଡଲାର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଅଷ୍ଟ୍ରେଲିଆ ଟିମର ଅଲରାଉଣ୍ଡର ପ୍ୟାଟ୍ କମିନ୍ସ, ସ୍ପିନର ନାଥନ୍‌ ଲାୟନ, ମିଚେଲ ଷ୍ଟାର୍କ ଏବଂ ଜୋସ ହେଜେଲଉଡ ଏହି ଲାଇଭ ଗେମିଂ ଷ୍ଟ୍ରିମରେ ଭାଗ ନେଇଛନ୍ତି । ଗେମିଂ ବେଳେ କ୍ରିକେଟ ସମ୍ବନ୍ଧୀୟ ଆଲୋଚନା କରିବେ ଏହି ଖେଳାଳିମାନେ।
ଏହି କାର୍ଯ୍ୟକ୍ରମ ଅଷ୍ଟ୍ରେଲିଆ ସମୟ ସନ୍ଧ୍ୟା ୫ଟା ଏବଂ ଭାରତୀୟ ସମୟ ଦିନ ୧୨.୩୦ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ କିଛି ମହିଳା କ୍ରିକେଟର ମଧ୍ୟ ସାମିଲ ହେବେ। ଏଲିସା ହିଲି, ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟର ରିଲି ରୋସୋଙ୍କ ସମେତ ଅନ୍ୟମାନେ ମଧ୍ୟ ସାମିଲ ହେବେ ।
ଏହି କାର୍ଯ୍ୟକ୍ରମରେ ଖେଳ ସହିତ କ୍ରିକେଟ ବାବଦରେ ମଧ୍ୟ ଆଲୋଚନା ହେବ । ୧୨ ଘଣ୍ଟା ଧରି ଏହି ସୋ ଚାଲୁରହିବ । ଏଥିରେ କ୍ରିକେଟ ଅଷ୍ଟ୍ରେଲିଆର ନୂଆ ସିଇଓ ନିକ୍‌ ହୋକଲେ ଏବଂ ଅଷ୍ଟ୍ରେଲିଆ କ୍ରିକେଟର ସଂଘର ସିଇଓ ଟ୍ରୋଡ୍‌ ଗ୍ରୀନବର୍ଗ ମଧ୍ୟ ସାମିଲ ହେବେ । କରୋନା ମହାମାରୀ ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ଭାରତକୁ ପ୍ରାୟ ୨ ଲକ୍ଷ ୮୦ ହଜାର ଡଲାରର ସହାୟତା ଏକାଠି କରିସାରିଛି । ଯାହାକି ଆଗାମୀ ଦିନରେ ଭାରତକୁ ପ୍ରଦାନ କରାଯିବ ।

   Related Posts