ବଢିଲା ଅଷ୍ଟ୍ରେଲିଆର ସମସ୍ୟା, ଅଧିନାୟକ ଆରୋନ ଫିଞ୍ଚ୍ ଆହତ, ଦ୍ୱିତୀୟ ଟି୨୦ ଖେଳିବା ନେଇ ସନ୍ଦେହ

Published By : Prameya-News7 Bureau | December 05, 2020 IST

କାନବେରା,୦୫/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟି୨୦ ସିରିଜ । ପ୍ରଥମ ଟି୨୦ରେ ଭାରତ ୧୧ ରନରେ ବିଜୟ ଲାଭ କରିଛି । ତେବେ ଖେଳାଳିଙ୍କ ଆହତ ସମସ୍ୟା ଘରୋଇ ଅଷ୍ଟ୍ରେଲିଆର ଚିନ୍ତା ବଢାଇ ଦେଇଛି। ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଆହତ ହୋଇଛନ୍ତି । ପ୍ରଥମ ଟି-ଟ୍ୱେଣ୍ଟିରେ ତାଙ୍କର ଅଣ୍ଚା ତଳର ମାଂଶପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଯାହା ଦ୍ୱାରା ବ୍ୟାଟିଂ ପ୍ରଭାବିତ ହୋଇଥିଲା।

ଶନିବାର ଫିଞ୍ଚଙ୍କ ଆହତ ସ୍ଥାନର ସ୍କାନ୍‌ କରାଯିବ। ରିପୋର୍ଟ ଆସିବା ପରେ ହିଁ ସେ ଖେଳିବେ ନା ନାହିଁ ତାହା ସ୍ପଷ୍ଚ ହେବ । ଆସନ୍ତା ରବିବାର ଦ୍ୱିତୀୟ ଟି-ଟ୍ୱେଣ୍ଟି ପୂର୍ବରୁ ଫିଞ୍ଚ୍ ସୁସ୍ଥ ହୋଇୟିବେ ବୋଲି ଆଶା କରାଯାଉଛି ।  

ଯଦି ଫିଞ୍ଚ୍‌ ନଖେଳନ୍ତି, ତାଙ୍କ ସ୍ଥାନରେ ଦଳର ଉପଅଧିନାୟକ ମାଥ୍ୟୁ ୱେଡଙ୍କ ନେତୃତ୍ୱରେ ଦଳ ଖେଳିବ। ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ପାଇଁ ଦ୍ରୁତ ବୋଲର ପ୍ୟାଟ୍ସ କମିନ୍ସଙ୍କୁ ବିଶ୍ରାମ ଦିଆଯାଇଥିବାରୁ ୱେଡ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.