ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ପରାଜୟ ପରେ, ଭାରତ ମାତା ସ୍ଲୋଗାନ୍‌ ଦେଲେ ଅଷ୍ଟ୍ରୋଲିଆ ଯୁବକ! ଭିଡିଓ ଭାଇରାଲ୍‌

Published By : Prameya-News7 Bureau | November 14, 2021 IST

ନୂଆଦିଲ୍ଲୀ, ୧୪/୨୧: ଟି-୨୦ ବିଶ୍ୱକପ୍‌ ଏବେ ଜାରି ରହିଛି । ଆଗାମୀ ୱାର୍ଲ୍ଡକପ୍‌ ବିଜେତା କିଏ ହେବ ସେ ନେଇ କ୍ରିକେଟ୍‌ପ୍ରେମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଏହାରି ମଧ୍ୟରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ନେଇ ମାହୋଲ ଗରମ ରହିଥିଲା । କିନ୍ତୁ ପାକିସ୍ତାନର ପରାଜୟ ପରେ କ୍ରିକେଟ୍‌ପ୍ରେମୀ ଖୁସି ମନାଇଥିଲେ । ଖାଲି ଭାରତୀୟ ପ୍ରେମୀ ନୁହେଁ ଅଷ୍ଟ୍ରେଲିଆ ଦର୍ଶକ ମଧ୍ୟ ଉତ୍ସାହିତ ହୋଇ ଭାରତ ମାତା କି ଜୟ ନାରା ଦେଇଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଗ୍ୟାଲେରିରେ ଅଷ୍ଟ୍ରେଲିଆ ଦର୍ଶକ ବନ୍ଦେ ମାତାରମ ସ୍ଲୋଗନ୍‌ ମଧ୍ୟ ଦେଇଥିବା ଦେଖିବାକୁ ମିଲିଛି । ଯାହାକି ଏବେ ଭାଇରାଲ୍‌ ହୋଇଛି ।

ଟ୍ୱିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓଟିରେ ଜଣେ କ୍ରିକେଟ୍‌ପ୍ରେମୀ ଅଷ୍ଟ୍ରେଲିଆ ଟିମ୍‌ର ଜର୍ସି ପିନ୍ଧିଥିବା ଦେଖାଯାଉଛି । କୁହାଯାଉଛି ଯେ ପାକିସ୍ତାନ ହାରିବା ପରେ ଯୁବକ ଜଣକ ଭାରତ ପାଇଁ ସ୍ଲୋଗାନ ଦେଉଛନ୍ତି । କିନ୍ତୁ ଜଣାପଡ଼ିଛି ଯେ ଏହି ଭିଡିଓଟି ୨୦୨୧ ମସିହା ଜାନୁଆରୀ ମାସର । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଜିତିବା ପରେ ଯୁବକ ଏହି ସ୍ଲୋଗାନ ଦେଇଥିଲେ ।   

ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏବଂ ଭାରତ ମ୍ୟାଚ୍‌କୁ ନେଇ ଭାରତୀୟ କ୍ରିକେଟ୍‌ପ୍ରେମୀ ଏକ ପ୍ରକାର ନିରୁତ୍ସାହିତ ହୋଇଥିଲେ । ହେଲେ ପାକିସ୍ତାନ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ଜିତି ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲା । ଲଗାତାର ୩ଟି ମ୍ୟାଚ୍‌ ଜିତି ସେମିରେ ପହଞ୍ଚି ଯାଇଥିଲା । ସେମିରେ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ଖେଳିଥିଲା । ହେଲେ ଅଷ୍ଟ୍ରେଲିଆ ପାକିସ୍ତାନ ଆଖିରୁ ବିଶ୍ୱକପ୍‌ର ସ୍ୱପ୍ନ ଛଡ଼ାଇନେଇଥିଲା । ଫଳରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଫାଇନାଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.