Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IND vs AUS: ୱାର୍ଣ୍ଣର ଓ ଫିଞ୍ଚଙ୍କ ଶତକ ବଳରେ ଜିତିଲେ କଙ୍ଗାରୁ, ୧୦ ୱିକେଟ୍‌ରେ ହାରିଲା ଭାରତ

14/01/2020 at 8:28 PM

ମୁମ୍ବାଇ ୧୪।୧:  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ହାତେଇ ନେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ଲାଗି ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୪୯.୧ ଓଭରରେ ୨୫୫ ରନ କରି ଅଲ-ଆଉଟ୍ ହୋଇଯାଇଥିଲା। କଙ୍ଗାରୁ ଦଳ ବିନା ୱିକେଟ୍ ବିନିମୟରେ ମାତ୍ର ୩୮ ଓଭର ୨ଟି ବଲରେ ବିଜୟ ଲକ୍ଷ ହାସଲ କରିନେଇଛି। ଫଳରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହୋଇଛି।

ଆରୋନ ଫିଞ୍ଚ ପ୍ରଥମ ମ୍ୟାଚ୍‌ରେ ତାଙ୍କ କ୍ୟାପ୍ଟେନ ଇନିଂସ ଖେଳିଛନ୍ତି। ଟିମ୍ ଇଣ୍ଡିଆ ବୋଲରଙ୍କୁ ନୟାନ୍ତ କରିଥିଲେ ଫିଞ୍ଚ। ଭାରତ ବିରୋଧରେ ପ୍ରଥମ ମ୍ୟାଚ୍‌ରେ ପ୍ରଥମ ଶତକ ଲଗାଇ ତାଙ୍କ ୱାନଡେ କ୍ୟାରିୟରର ଷୋଡଶ ଶତକ ପୁରଣ କରିଛନ୍ତି। ଏହା ସହ ପ୍ରଥମ ୱିକେଟ୍ ରେ ପାର୍ଟନର ହୋଇଥିବା ଡେଭିଡ ୱାର୍ଣ୍ଣର ଏହି ମ୍ୟାଚ୍‌ରେ ୱାନଡେରେ ୫ହଜାର ରନ ପୁରଣ କରିବାରେ ସଫଳ ହୋଇଛନ୍ତି। ଫଳରେ ଏକଦିବସୀୟରେ ଦ୍ରୁତତମ ୫ ହଜାର ରନ ସଂଗ୍ରହକାରୀ ପ୍ରଥମ ଅଷ୍ଟ୍ରେଲିୟ କ୍ରିକେଟର ହେବାର ଗୌରବ ହାସଲ କରିଛନ୍ତି।  

 ୧୧୭ଟି ମ୍ୟାଚ୍‌ର ୧୫ଟି ଇନିଂସରୁ ୱାର୍ଣ୍ଣର ଏହି ବିଶାଳ ରନ ସଂଗ୍ରହ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଜୋନ୍ସଙ୍କ ନାମରେ ଥିଲା। ସେ ୧୩୧ଟି ମ୍ୟାଚ୍‌ରୁ ୧୨୮ଟି ଇନିଂସ ଖେଳି ୫ ହଜାର ରନ୍ ସଂଗ୍ରହ କରିଥିଲେ। ସେହିପରି ରନ ସଂଗ୍ରହ ହାରରେ ୱାର୍ଣ୍ଣର ସାରା ବିଶ୍ୱରେ ଏବେ ଚତୁର୍ଥ ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକୀୟ ବ୍ୟାଟସ୍‌ମ୍ୟାନ ହାସିମ ଅମଲା ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବ ବ୍ୟାଟସ୍‌ମ୍ୟାନ ଭିଭିୟାନ ରିଚାର୍ଡସ ଓ ବିରାଟ କୋହଲୀ ।

   Related Posts