ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

Published By : Prameya-News7 Bureau | January 14, 2020 IST

ମୁମ୍ବାଇ ୧୪।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବେ । ବିରାଟ ବାହିନୀ ପାଇଁ ଏହି ମ୍ୟାଚକୁ ଜିତି ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ଯଦି ଭାରତୀୟ ଦଳ ଏହି ସିରିଜକୁ ହାତେଇବାରେ ସକ୍ଷମ ହୁଏ ତେବେ ନିଜ ଦେଶରେ ୨୦୦ ଅନ୍ତର୍ଜାତୀୟ ମୁକାବିଲା ଜିତିବାର ଦ୍ବିତୀୟ ଦଳ ହେବ। ଏହା ପୂର୍ବରୁ କଙ୍ଗାରୁ ଦଳ ଏହି ରେକର୍ଡ ନିଜ ନାମରେ କରି ସାରିଛି। ଭାରତରେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ଦ୍ବିପାକ୍ଷିକ ସିରିଜ ଖେଳାଯାଇଛି । ଯେଉଁଥିରୁ ୫ଟିରେ ଭାରତ ବିଜୟୀ ହୋଇଥିବାବେଳେ ଅଷ୍ଟ୍ରେଲିଆ ୬ଟି ସିରିଜରେ ବିଜୟ ଲାଭ କରିଛି।

wp:core-embed/twitter {"url":"https://twitter.com/BCCI/status/1216988263086542848","type":"rich","providerNameSlug":"twitter","className":""}
https://twitter.com/BCCI/status/1216988263086542848
/wp:core-embed/twitter

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୧୩୭ଟି ଦିନିକିଆ ମ୍ୟାଚରୁ ଅଷ୍ଟ୍ରେିଲିଆ ୭୭ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଭାରତ ୫୦ଟି ମ୍ୟାଚରେ ବିଜୟ ଲାଭ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତିୟ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୭ରେ ରାଜକୋଟରେ ଖେଳାଯିବ। ସେହିପରି ସିରିଜର ତୃତୀୟ ମ୍ୟାଚ ଜାନୁଆରୀ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.