Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଚୀନ୍ ୱିଣ୍ଟର ଅଲିମ୍ପିକର କୁଟନୈତିକ ବହିଷ୍କାରରେ ଆମେରିକା ସହ ଅଷ୍ଟ୍ରେଲିଆ ସାମିଲ, ଜାଣନ୍ତୁ ଅନ୍ୟ ଦେଶଙ୍କ ହାଲଚାଲ

8/12/2021 at 4:54 PM

ସିଡନୀ ୮।୧୨:  ଚୀନ୍‌ ୱିଣ୍ଟର ଅଲିମ୍ପିକ୍‌କୁ ଆମେରିକା ଭଳି ଅଷ୍ଟ୍ରେଲିଆ ମଧ୍ୟ କୁଟନୈତିକ ବହିଷ୍କାର କରିବ। ୪ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ କ୍ରିଡାର ମହାକୁମ୍ଭକୁ ଅଷ୍ଟ୍ରେଲିଆ ନିଜର ଅଧିକାରୀଙ୍କୁ ପଠାଇବାରେ ଆମେରିକାର ନୀତିକୁ ଅନୁସରଣ କରିବ। ଏଣୁ ଅଷ୍ଟ୍ରେଲିୟ ଆଥଲେଟ୍‌ମାନେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରୁଥିଲେ ହେଁ ଅଧିକାରୀମାନେ ଯିବେ ନାହିଁ ବୋଲି ବୁଧବାର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କ ବୟାନରୁ ସ୍ପଷ୍ଟ ହୋଇଯାଇଛି। ଫଳରେ ଚୀନ୍‌ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅସନ୍ତୋଷ ଆଗକୁ ଆହୁରି  ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ଜିନଜିଆଙ୍ଗରେ ହେଉଥିବା ମାନବାଧିକାରର ଉଲ୍ଲଂଘନ ଓ ଅନ୍ୟ ପ୍ରସଙ୍ଗରେ ଅଷ୍ଟ୍ରେଲିଆ ନିୟମିତ ଉଠାଇ ଆସୁଛି। ହେଲେ ପ୍ରସଙ୍ଗରେ ଚୀନ୍‌ ର ପ୍ରତିକ୍ରିୟା ମଧ୍ୟ ରହୁନଥିବା ମୋରିସନ ସିଡନୀରେ  ବୁଧବାର ଗଣମାଧ୍ୟମକୁ  କହିଛନ୍ତି। ଏଣୁ ଏଥିରେ ଚୀନ୍‌ ୱିଣ୍ଟର ଅଲିମ୍ପିକ୍‌କୁ ଅଷ୍ଟ୍ରେଲିୟ ଅଫିସିଆଲମାନେ ନ ଗଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହିଛନ୍ତି। ମୋରିସନଙ୍କ ବୟାନର ଜବାବ ରଖିଛି କାନବେରାସ୍ଥିତ ଚୀନ୍‌ ଦୂତାବାସ। ଏ ନେଇ ଦୂତାବାସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିବା ବେଳେ ଅଲିମ୍ପିକରେ ଅଷ୍ଟ୍ରେଲିୟ ଆଥଲେଟମାନଙ୍କ ସଫଳତା କାମନା କରାଯାଇଛି। ତେବେ ପ୍ରସଙ୍ଗର ରାଜନୀତିକରଣ କରାଯାଉଥିବାରୁ କ୍ଷୋଭ ପ୍ରକାଶ କରାଯାଇଛି।

ଚୀନ୍‌ ୱିଣ୍ଟର ଅଲିମ୍ପିକ୍‌କୁ କୁନୈତିକ ବହିଷ୍କାର ଲାଗି ପ୍ରଥମେ ଆମେରିକା ବାଇଡେନ ପ୍ରଶାସନ ନେଇଥିଲେ। ତେବେ ଆମେରିକାର ସହଯୋଗୀ ରାଷ୍ଟ୍ରମାନେ ପରିସ୍ଥିତିକୁ ସନ୍ତୁଳିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆମେରିକା ସହ ଯେପରି ସୁରକ୍ଷା ସହଯୋଗ ବ୍ୟହତ ନ ହୁଏ କି ଚୀନ୍‌ ସହ ବାଣିଜ୍ୟ ବିଗିଡି ନଯାଏ ସେଥିପ୍ରତି ଆମେରିକା ମିତ୍ର ଦେଶମାନେ ଧ୍ୟାନ ଦେଉଛନ୍ତି। ଏଥିରେ ନ୍ୟୁଜିଲ୍ୟାଣ୍ଡ ଗତ ଅକ୍ଟୋବରରେ ଚୀନ୍‌ ସହ ଆଲୋଚନା କରିଥିବା ବେଳେ ଅଲିମ୍ପିକକୁ କୂଟନୈତିକ ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି କହିଥିଲା। ଏଥିଲାଗି ନ୍ୟୁଜିଲ୍ୟାଣ୍ଡ କୋଭିଡ-୧୯ ଓ ଅନ୍ୟ କାରଣ ଦର୍ଶାଇଥିଲା।

ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଟୋକିଓ ଜାତୀୟ ସ୍ୱାର୍ଥ ରେ କାର୍ଯ୍ୟ କରିବ ଓ ଏ ବାବଦେ ତାଙ୍କ ସରକାର କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି। ତେବେ ଏହି ଅନ୍ତର୍ଜାତୀୟ କ୍ରିଡାକୁ ଜାପାନ ଅଧସ୍ଥନର କର୍ମଚାରୀଙ୍କୁ ପଠାଇପାରେ ବୋଲି ‘ସାନକେ’ ଖବରକାଗଜ ରିପୋର୍ଟରୁ ଜଣାପଡିଛି।  ଉଲ୍ଲେଖ ଯୋଗ୍ୟଯେ ଗତବର୍ଷ କରୋନା ଭାଇରସ ମହାମାରୀ ସଂକ୍ରମଣ କାଳରେ ଏହାର ଉତ୍ପତିସ୍ଥଳ ଉହାନର ଯାଞ୍ଚ ଲାଗି ଅଷ୍ଟ୍ରେଲିଆ ମଧ୍ୟ ଦାବି କରୁଥିଲା। ତେବେ ଏହା ପରଠାରୁ ଅଷ୍ଟ୍ରେଲିଆ ଓ ଚୀନ୍‌ ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହୋଇଥିଲା। ଚୀନ୍‌ ସରକାର ଅଷ୍ଟ୍ରେଲିଆ କୋଇଲା ବୋଝେଇ ଜାହାଜମାନଙ୍କୁ ବନ୍ଦରରେ ପୁରାଇ ଦେଇ ନଥିଲେ। ଏହା ଛଡା ଅଷ୍ଟ୍ରେଲିଆ ସାମଗ୍ରୀ ଉପରେ ଚୀନ ସରକାର ଶୁଳ୍କ ଲଗାଇଥିଲେ।

   Related Posts