ଚୀନକୁ ଆଉ ଏକ ବଡ଼ ଝଟକା : ଭାରତ ପରେ ଏବେ ଏହି ଦେଶ ବ୍ୟାନ୍ କରିବ TikTok
6/07/2020 at 2:36 PM

ଭାରତରେ ବ୍ୟାନ୍ ହୋଇଯାଇଥିବା ଚିନି ଆପ୍ ଟିକଟକ୍ ଉପରେ ଆଉ ଏକ ବିପଦ ଘେରିଛି। ଅଷ୍ଟ୍ରେଲିଆରେ ଏବେ ଟିକଟକ୍ ବ୍ୟାନ୍ କରିବାର ଦାବି ବଢ଼ୁଛି ଏବଂ ସଂସଦୀୟ କମିଟି ବ୍ୟାନ୍ ଉପରେ ବିଚାର କରୁଛି। ଗତ କିଛି ସପ୍ତାହ ମଧ୍ୟରେ ଅଷ୍ଟ୍ରେଲିଆ ଏବଂ ଚୀନରେ ତିକ୍ତତା ବହୁତ ବଢ଼ି ଯାଇଛି।
ଜାତୀୟ ସୁରକ୍ଷାର ବିପଦ ଏବଂ ୟୁଜର୍ସଙ୍କ ଡାଟାକୁ ଚୀନ ସହ ସେୟାର କରିବା ମୁଦ୍ଦାରେ ଅଷ୍ଟ୍ରେଲିଆରେ ଟିକଟକ୍ ବ୍ୟାନ୍ ହୋଇପାରେ। ଚୀନି କମ୍ପାନୀ ବାଇଟଡାନ୍ସର ଆପ୍ ଟିକଟକର ଅଷ୍ଟ୍ରେଲିଆରେ ୧୬ଲକ୍ଷରୁ ଅଧିକ ୟୁଜର୍ସ ଅଛନ୍ତି।
ଅଷ୍ଟ୍ରେଲିଆର ଜଣେ ସାଂସଦ ଟିକଟକ୍ ବ୍ୟାନ୍ କରିବାର ଯୋଜନା ସେୟାର କରିଛନ୍ତି। ଅଷ୍ଟ୍ରେଲିଆରେ ମଧ୍ୟ ଏହା କୁହାଯାଉଛି ଯେ ୟୁଜର୍ସଙ୍କ ଡାଟାକୁ ଚାଇନିଜ ସର୍ଭର ଉପରେ ପକାଇବାର ବିପଦ ରହିପାରେ।
ଅଷ୍ଟ୍ରେଲିଆର ଜଣେ ସାଂସଦ କହିଛନ୍ତି ଯେ ତାଙ୍କ ଦେଶରେ ଟିକଟକ୍ ରଡାରରେ ଆସି ସାରିଛି। ଏହାକୁ ଚୀନି କମ୍ୟୁନିଷ୍ଟ୍ ପାଇଁ ଡାଟା ଏକାଠି କରିବାର ଟୁଲ୍ ଭାବେ ଦେଖାଯିବା ଉଚିତ୍।
ଅଷ୍ଟ୍ରେଲିଆର ସାଂସଦ କହିଛନ୍ତି ଯେ ଆହୁରି କେତେକ ସାଂସଦ ଆପ୍ ବ୍ୟାନ୍ କରିବାକୁ ଉଦ୍ୟମ କରୁଛନ୍ତି। ଟିକଟକ୍ ଚୀନି ମ୍ୟାସେଜିଂ ଆପ୍ ଓ୍ବିଚ୍ୟାଟଠୁ ମଧ୍ୟ ବଡ଼ ବିପଦ ହୋଇପାରେ।