ମେଲବର୍ଣ୍ଣ ଟେଷ୍ଟରେ ୪ଟି ଅଦଳବଦଳ କରିପାରେ ଟିମ୍ ଇଣ୍ଡିଆ, ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

Published By : Prameya-News7 Bureau | December 20, 2020 IST

wp:heading {"level":5}
ନୂଆଦିଲ୍ଲୀ ୨୦/୧୨ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ରେ ଳଜ୍ଜାଜନକ ପରାଜୟ ପରେ ତୀବ୍ର ସମାଲୋଚନାର ଶିକାର ହୋଇଛି ଟିମ୍ ଇଣ୍ଡିଆ । ଆଡିଲେଡ୍ ଟେଷ୍ଟରେ ଭାରତୀୟ ଟିମ ଦ୍ବିତୀୟ ପାଳିରେ ମାତ୍ର ୩୬ ରନରେ ଅଲଆଇଟ ହୋଇଯାଇଥିଲା । ଯାହାଫଳରେ ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟକୁ ମାତ୍ର ଅଢେଇ ଦିନରେ ୮ ଓ୍ବିକେଟ୍‌ରେ ଜିତିନେଇଥିଲା ।
/wp:heading wp:heading {"level":5}
ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୧ରେ ପଛୁଆ ଅଛି । ୨ୟ ମ୍ୟାଚ୍ ଆସନ୍ତା ୨୬ ଡିସେମ୍ବରରେ ମେଲବର୍ଣ୍ଣରେ ଖେଳାଯିବ । ତେବେ ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳ ନିଶ୍ଚିତ ଚାପରେ ରହିବ । ଅନ୍ୟପଟେ ଅଧିନାୟକ ବିରାଟ କୋହଲି ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଥିବାରୁ ଦଳ ପାଇଁ ଆଗାମୀ ମ୍ୟାଚଗୁଡିକ କଷ୍ଟସାଧ୍ୟ ହୋଇପାରେ ।
/wp:heading {"id":380190,"sizeSlug":"large","linkDestination":"none"}
wp:heading {"level":5}
ଭାରତ ପାଇଁ ଆଉ ଏକ ଖରାପ ଖବର ହେଉଛି ଅଭିଜ୍ଞ ପେସ୍ ବୋଲର ମହମ୍ମଦ ସାମି ଆହତ ହୋଇ ଅବଶିଷ୍ଟ ୩ଟି ମ୍ୟାଚରୁ ବାଦ ପଡିପାରନ୍ତି । ଆଡିଲେଡ୍ ଟେଷ୍ଟର ଦ୍ବିତୀୟ ଇଂନିସରେ ପ୍ୟାଟ କମିନ୍ସ୍‌ଙ୍କ ଏକ ବାଉନ୍ସ ବଲ ଶାମିଙ୍କ ହାତରେ ବାଜିଥିଲା । ଏହା ପରେ ତାଙ୍କୁ ପଡିଆ ଛାଡିବାକୁ ପଡିଥିଲା । ତେବେ ସ୍କାନ୍ ହେବା ପରେ ସାମିଙ୍କ ହାତରେ ପ୍ୟାକ୍ଚର ଥିବା ଡାକ୍ତର କହିଥିଲେ । ସେ ଅବଶିଷ୍ଟ ମ୍ୟାଚ୍ ପ୍ରାୟତଃ ଖେଳିନପାରନ୍ତି ।
/wp:heading {"id":380191,"sizeSlug":"large","linkDestination":"none"}
wp:heading {"level":5}
ତେବେ ବର୍ତ୍ତମାନ ବିରାଟ କୋହଲି ଏବଂ ମହମ୍ମଦ ସାମିଙ୍କ ବିକଳ୍ପ ଭାବେ ଦଳରେ କାହାକୁ ସାମିଲ କରାଯିବ ସେ ନେଇ ସସପେନ୍ସ୍ ଜାରି ରହିଛି ।  ମେଲବର୍ଣ୍ଣ ଟେଷ୍ଟରେ ଦଳରେ ଅନେକ ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଦ୍ବିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ୪ଟି ଅଦଳବଦଳ ହୋଇପାରେ ।
/wp:heading {"id":380192,"sizeSlug":"large","linkDestination":"none"}
wp:heading {"level":5}
ଆହତ ମହମ୍ମଦ ସାମିଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇପାରେ । ସେହିପରି ଓପନର ପୃଥ୍ବୀ ସ ଙ୍କ ସ୍ଥାନରେ ଶୁଭମନ୍ ଗିଲ୍ ଦଳରେ ସାମିଲ ହୋଇପାରନ୍ତି । ପ୍ରଥମ ଟେଷ୍ଟରେ ପୃଥ୍ବୀ ଖରାପ ପ୍ରଦର୍ଶନ କରିଥିଲେ ।  ପ୍ରଥମ ଇଂନିସରେ ଖାତା ଖୋଲି ପାରିନଥିବା ପୃଥ୍ବୀ ସ ଦ୍ବିତୀୟ ଇଂନିସରେ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଥିଲେ ।
/wp:heading {"id":380193,"sizeSlug":"large","linkDestination":"none"}
wp:heading {"level":5}
ସେହିପରି ଓ୍ବିକେଟ କିପର ରିଦ୍ଧିମାନ ଶାହାଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି । ପ୍ରଥମ ଇଂନିସରେ ୯ ଏବଂ ଦ୍ବିତୀୟ ପାଳିରେ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଥିଲେ ରିଦ୍ଧିମାନ ଶାହା । ତେଣୁ ବିକଳ୍ପ ଭାବେ ରିଦ୍ଧିମାନ ଶାହାଙ୍କ ସ୍ଥାନରେ ପ୍ଲେଇଙ୍ଗ୍ ଇଲେଭେନରେ ଋଷଭ ପନ୍ତଙ୍କୁ ସାମିଲ କରାଯାଇପାରେ । ଅଭ୍ୟାସ ମ୍ୟାଚରେ ପନ୍ତ ଚମତ୍କାର ପ୍ରଦର୍ଶନ କରି ମାତ୍ର ୭୩ ବଲରେ ଶତକ ହାସଲ କରିଥିଲେ ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.