ବ୍ରିସବେନ୍ ଟେଷ୍ଟ୍ : ଲଞ୍ଚ ବ୍ରେକ୍‌ ସୁଦ୍ଧା ଭାରତ ୧୬୧/୪

Published By : Prameya-News7 Bureau | January 17, 2021 IST

ବ୍ରିସ୍‌ବେନ୍‌ ୧୭।୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳ ଜାରି ରହିଛି । ଆଜି ମ୍ୟାଚ୍‌ର ୩ଦିନ ଖେଳି ଜାରି ରହିଛି । ତେବେ ତୃତୀୟ ଦିନ ଲଞ୍ଚ ସୁଦ୍ଧା ଭାରତୀୟ ଟିମ୍‌ ୪ଓ୍ୱିକେଟ୍‌ ହରାଇ ୧୬୧ ରନ୍‌ କରିଛି । ଭାରତ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା ସର୍ବାଧିକ ୪୪ରନ୍‌ କରି ପାଭିଲିୟନ ଫେରିଯାଇଛନ୍ତି । ଏବେବି ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଟିମ୍‌ ଠାରୁ ୨୦୮ରନ୍‌ ପଛରେ ରହିଛି ।  

୪ର୍ଥ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍‌ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଟିମ୍‌ ୩୬୯ରେ ଅଲଆଉଟ୍‌ରେ ଅଲ୍‌ଆଉଟ ହୋଇଥିଲା । ଦଳ ପକ୍ଷରୁ ଲାବୁସେନ୍‌ ସର୍ବାଧିକ ୧୦୮ ରନ କରିଥିବା ବେଳେ ପେନ୍‌ ଅର୍ଦ୍ଧଶତକ କରିଥିଲେ । ଗ୍ରୀନ୍‌ ୪୭ ରନ୍‌, ସ୍ମିଥ୍‌ ୩୬ରନ୍‌, ଓ୍ୱାଡେ ୪୫ ରନ୍‌ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ ଗିଲ୍‌ ୭ରନ୍‌ କରି ଆଉଟ ହୋଇଯାଇଥିଲେ । ସେହିପରି ରୋହିତ ଶର୍ମା ୪୪ରନ୍‌, ଚେତେଶ୍ୱର ପୂଜାର ୨୫ରନ୍‌, ଆଜିଙ୍କ୍ୟ ରାହାଣେ ୩୭ରନ୍‌ କରି ପାଭିଲିୟନ ଫେରିଛନ୍ତି । ଏବେ କ୍ରିଜ୍‌ରେ ମୟଙ୍କ ଅଗ୍ରଓ୍ୱାଲ୍‌ ୩୮ ରନ୍‌ ଓ ରିଷଭ୍‌ ପନ୍ଥ ୪ ରନ୍‌ କରି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ, ହେଜେଲହୁଡ଼, କମିନ୍‌ସ, ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ସେହିପରି ଭାରତୀୟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଠାରୁ ୨୦୮ରନ୍‌ ପଛରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.