ବ୍ରିସବେନ୍ ଟେଷ୍ଟ୍ : ଲଞ୍ଚ ବ୍ରେକ୍‌ ସୁଦ୍ଧା ଅଷ୍ଟ୍ରେଲିଆ ୧୪୯/୪

Published By : Prameya-News7 Bureau | January 18, 2021 IST

ବ୍ରିସ୍‌ବେନ୍‌ ୧୮।୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି । ଆଜି ମ୍ୟାଚ୍‌ର ୪ର୍ଥ ଦିନ । ତେବେ ମ୍ୟାଚ୍‌ର ୪ର୍ଥ ଦିନରେ ଅଷ୍ଟ୍ରେଲିଆ ଟିମ୍‌ ଲଞ୍ଚ ବ୍ରେକ୍‌ ସୁଦ୍ଧା ୪ଓ୍ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଛି । କଙ୍ଗାରୁ ଦଳ ପକ୍ଷରୁ ୨ୟ ଇନିଂସ ବର୍ତ୍ତମାନ ପର୍ଯ୍ୟନ୍ତ ଡେଭିଡ଼ ଓ୍ୱାର୍ଣ୍ଣର ସର୍ବାଧିକ ୪୮ରନ୍‌ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆ ଟିମ୍‌ ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମ୍‌ ଠାରୁ ୧୮୨ ରନ୍‌ ଆଗରେ ରହିଛି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ବେଳେ ଭାରତୀୟ ଟିମ୍‌ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍‌ରେ ପଛରେ ରହିଥିଲା । ତେଣୁ ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍‌ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଡେଭିଡ଼୍‌ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍‌ ଭଲ ଆରମ୍ଭ କରିଥିଲେ । ଦଳ ୮୯ରନ୍‌ରେ ପ୍ରଥମ ଓ୍ୱିକେଟ୍‌ ରୂପରେ ମାର୍କସ ହାରିସଙ୍କୁ ହରାଇଥିଲା । ଏହାପରେ କିଛି ରନ୍‌ ବ୍ୟବଧାନରେ ଓ୍ୱିକେଟ୍‌ ପତନ ହୋଇଥିଲା । ୨ୟ ଇନିଂସରେ  ମାର୍କସ ହାରିସ୍‌ ୩୮ରନ୍‌, ଲାବୁସେନ୍‌ ୨୫ରନ୍‌, ମାଥ୍ୟୁ ଓ୍ୱାଡେ (୦) ରନ୍‌ରେ ପାଭିଲିୟନ୍‌ ଫେରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍‌ ଷ୍ମିଥ୍‌ ୨୮ ରନ୍‌ ଓ କାମ୍‌ରନ ଗ୍ରୀନ୍‌ ୪ରନ୍‌ କରି କ୍ରିଜ୍‌ରେ ଅପରାଜିତ ଅଛନ୍ତି ।

ଭାରତ ଠାରୁ ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ୧୮୨ରନ୍‌ରେ ଆଗୁଆ ରହିଛି । ସେହିପରି ବୋଲିଂରେ ଭାରତୀୟ ବୋଲର ମହମ୍ମଦ ସିରାଜ ୨ଓ୍ୱିକେଟ୍‌ ନେଇଥିବା ବେଳେ ଶାର୍ଦ୍ଦୁଳ ଠାକୁର ଓ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ୪ର୍ଥ ଦିନରେ ଖେଳରେ ଲଞ୍ଚ ବ୍ରେକ୍‌ ସୁଦ୍ଧା ସମସ୍ତ ୪ଟି ଓ୍ୱିକେଟ୍‌ ଶିକାର କରିଛନ୍ତି ଭାରତୀୟ ବୋଲର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.