ଦୁଇ ଯାଆଁଳା ଭଉଣୀଙ୍କ ଜଣେ ପ୍ରେମିକ, ତାଙ୍କରି ଔରସରୁ ଏକା ସମୟରେ ଗର୍ଭବତୀ ହେବାକୁ ରଖିଛନ୍ତି ଲକ୍ଷ୍ୟ

Published By : Prameya-News7 Bureau | July 27, 2020 IST

ସିଡନୀ, ୨୭|୦୭ :  ଅଷ୍ଟ୍ରେଲିଆର ଚର୍ଚ୍ଚିତ ଟ୍ୱିନ୍ ଆନ୍ନା ଓ ଲୁସି ଡିଚିଙ୍କ୍ ଏକ ଅଜବ ଇଚ୍ଛା ପ୍ରକାଶ କରିଛନ୍ତି । ସେମାନେ ଏକାସଙ୍ଗେ ଗର୍ଭବତୀ ହେବାକୁ ଚାହୁଁଛନ୍ତି ବୋଲି ଏକ ଚାଟ୍ ସୋରେ କହିଛନ୍ତି । ସେମାନଙ୍କର ଏହି ବୟାନ ଅନେକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।

{"id":306440,"width":684,"height":337,"sizeSlug":"large"}

ଆନ୍ନା ଓ ଲୁସି କହିଛନ୍ତି ଯେ, ଅପରେସନ ଦ୍ୱାରା ସେମାନେ ଅତି ସହଜରେ ପରସ୍ପରଠୁ ଅଲଗା ହୋଇଯିବେ । କିନ୍ତୁ ସେମାନେ ଏହା ଚାହୁଁ ନାହାଁନ୍ତି । ଏହି ୩୪ ବର୍ଷୀୟା ୨ ଭଉଣୀ ନିଜ ପ୍ରେମିକଙ୍କ ସହ ମିଶି ଏକା ସମୟରେ ଗର୍ଭବତୀ ହେବାକୁ ଆଶା ରଖିଛନ୍ତି । ଏହି ଦୁଇ ଭଉଣୀ ସଦାବେଳେ ସମାନ ପୋଷାକ ପରିଧାନ କରନ୍ତି ।

ଚାଟ୍ ସୋରେ ଉଭୟ କ୍ରିମ୍ ରଙ୍ଗର ପୋଷାକ ପରିଧାନ କରିଥିଲେ । ସେମାନେ କହିଥିଲେ ଯେ, ପ୍ରେମିକ ବେନ୍ ଟ୍ରିଟଙ୍କୁ ଉଭୟ ବିବାହ କରିବାକୁ ଚାହାଁନ୍ତି । କାରଣ ବେନ୍ କେବେ ବି ସେମାନଙ୍କ ଅଲଗା କରିବେନି । ସେ ବହୁତ ଭଲ । ବହୁତ ଭଲ ପାଇବା ଦିଅନ୍ତି । ଏପରିକି ବେନ୍ ସେମାନଙ୍କୁ ପୃଥକ ଭାବେ କଲ୍ କରନ୍ତି । ଏପିରିକି ଉଭୟ ଏକାସଙ୍ଗେ ଗର୍ଭବତୀ ହେବାକୁ ଚାହାଁନ୍ତି ବୋଲି କହିଛନ୍ତି ।

ସୋସିଆଲ ମିଡିଆରେ ଅନେକ ୟୁଜର ଏହି ୨ ଭଉଣୀଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ପ୍ରଶଂସା କରିଛନ୍ତି । ସେମାନଙ୍କ ପ୍ରେମ ଓ ସମସ୍ତ ଆଶା ପୂରଣ ହେଉ ବୋଲି ପ୍ରାର୍ଥନା ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.