Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରତୀୟ ବୋଲରଙ୍କ ଶାଣିତ ବୋଲିଂରେ କଙ୍ଗାରୁ ଧରାଶାୟୀ, ପ୍ରଥମ ଇନିଂସରେ ୧୯୧ରେ ଅଲଆଉଟ୍, ୫୩ ରନରେ ଆଗୁଆ ବିରାଟ ବାହିନୀ

18/12/2020 at 4:29 PM

ଆଡିଲେଡ୍ ୧୮।୧୨: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଆଡିଲେଡ୍‌ରେ ଖେଳାଯାଉଥିବା ଐତିହାସିକ ପିଙ୍କ ବଲ୍‌ ଦିବାରାତ୍ର ଟେଷ୍ଟରେ ଅଦ୍ୟାବଧି ଭାରତର ପଲ୍ଲା ଭାରି ରହିଛି। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇନପାରି ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୧ରନରେ ଅଲଆଉଟ୍ ହୋଇଛି। ଫଳରେ ଭାରତ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୫୩ ରନରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଟିମ୍ ପେନ ସର୍ବାଧିକ ୭୩ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ବ୍ୟତୀତ ମାର୍ସନ ଲାବୁସାନେ ୪୭ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବି ଚନ୍ଦ୍ରନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବ ବେଳେ ଉମେଶ ଯାଦବ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲିଙ୍କ ୭୪ ରନ, ଚେତେଶ୍ଵର ପୂଜାରାଙ୍କ ୪୩ ଓ ଆଜିଙ୍କ୍ୟ ରାହାଣେଙ୍କ ୪୨ ରନ  ବଳରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ କରିଥିଲା।

ଦ୍ଵିତୀୟ ଦିନର ପ୍ରଥମ ସେସନରେ ଭାରତ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମରୁ ଅଷ୍ଟ୍ରେଲିଆର ଦୁଇ ଓପନର ମାଥ୍ୟୁ ଓ୍ଵାଦେ ଓ ଜୋଏ ବର୍ଣ୍ଣ୍ସ ସତର୍କତାର ସହ ବ୍ୟାଟିଂ କରିଥିଲେ। ମାଥ୍ୟୁ ଓ୍ଵାଦେ(୮ ରନ)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ସାମ୍ନା କରିନପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ୨୯ ରନ ସ୍କୋରରେ ଜୋଏ ବର୍ଣ୍ଣ୍ସ(୮ ରନ)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଦ୍ଵିତୀୟ ସଫଳତା ପାଇଥିଲେ।

ଏହା ପରେ ଷ୍ଟିଭ୍ ସ୍ମିଥ୍ ଓ ମାର୍ନସ ଲାବୁସାନେ ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ରବିଚନ୍ଦ୍ରନ ଅଶ୍ଵିନ ବୋଲିଂ କରିବାକୁ ଆସି ୪୫ ରନରେ ସ୍କୋରରେ ଷ୍ଟିଭେନ୍‌ ସ୍ମିଥ୍(୧ ରନ)ଙ୍କୁ ପାଭିଲିୟନ ପଠାଇଥିଲେ। ଅଶ୍ଵିନ ନିଜର ଫିରକିରେ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଟ୍ରେଭିସ୍ ହେଡ୍‌(୭ ରନ ) ଓ କାମେରନ ଗ୍ରୀନ(୧୧)ଙ୍କୁ ଅଶ୍ଵିନ ପାଭିଲିୟନର ରାସ୍ତା ଦେଖାଇଥିଲେ। ୭୯ ରନରେ ଘରୋଇ ଦଳର ଅଧା ବ୍ୟାଟସମ୍ୟାନ ପାଭିଲିୟନ ଫେରିଥିଲେ।

ଅନ୍ୟପଟେ ମାର୍ନସ ଲାବୁସାନେ ଗୋଟିଏ ପଟେ କ୍ରିଜରେ ଜମି ରହି ଇନିଂସ ସମ୍ଭାଳିଥିଲେ। ୧୧୧ ରନ ସ୍କୋରରେ ଲାବୁସାନେଙ୍କୁ ଆଉଟ୍ କରି ଉମେଶ ଯାଦବ  ଭାରତକୁ ବହୁତ ବଡ ସଫଳତା ଦେଇଥିଲେ। ଲାବୁସାନେ ୧୧୯ ବଲରୁ ୭ ଚୌକା ସହ ୪୭ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ୧୧୧ ରନ ସ୍କୋରରେ ପାଟ୍ କମିନ୍ସ(୦ ରନ)ଙ୍କୁ ଆଉଟ୍ କରି ଉମେଶ ଯାଦବ ଦ୍ଵିତୀୟ ସଫଳତା ପାଇଥିଲେ। ଟିମ୍ ପେନ୍ ନାଥନ ଲିୟନଙ୍କ ସହିତ ନବମ ଓ୍ଵିକେଟ୍‌ରେ ୨୮ ରନ ଯୋଡିଥିଲେ। ନାଥନ ଲିୟନ(୧୦ରନ)ଙ୍କୁ ପାଭିଲିୟନ ପଠାଇ ଅଶ୍ଵିନ୍ ଚତୁର୍ଥ ସଫଲତା ପାଇଥିଲେ। 

ଟିମ୍ ପେନ୍ ଅଧିନାୟକତ୍ଵ ଇନିଂସ ଖେଳି ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ସେ ଟେଷ୍ଟରେ ଅଷ୍ଟମ ଅର୍ଦ୍ଧଶତକ ହାସଲ କରିଥିଲେ।   ୧୩୯ ରନ ସ୍କୋରରେ ମିଚେଲ୍ ଷ୍ଟାର୍କ ଦ୍ରୁତ ୧୫ ରନ କରି ଆଉଟ୍ ହୋଇଥିଲେ। ଜୋସ୍  ହେଜେଲଉଡ(୮ ରନ)ଙ୍କୁ ଆଉଟ୍ କରି ଉମେଶ ଯାଦବ ଅଷ୍ଟ୍ରେଲିଆ ଇନିଂସର ପରିସମାପ୍ତି ଘଟାଇଥିଲେ। କଙ୍ଗାରୁ ଦଳ ୧୯୧ ରନରେ ଅଲଆଉଟ୍  ହେବା ସହ ଭାରତଠୁ ପ୍ରଥମ ଇନିଂସରେ ୫୩ ରନରେ ପଛୁଆ ରହିଛି। ଅଧିନାୟକ ଟିମ୍ ପେନ ୯୯ ବଲରୁ ୧୦ ଚୌକା ସହ ୭୩ ରନର ଅପରାଜିତ ଇନିଂସ ଖେଳିଛନ୍ତି।

ଭାରତ ପକ୍ଷରୁ ରବି ଚନ୍ଦ୍ରନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମରା ଦୁଇଟି  ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଭାରତ ଆଜି ଅସମାପ୍ତ ୨୩୩/୬ରୁ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ପ୍ରଥମ ସେସନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୪୪ ରନରେ ଅଲଆଉଟ୍ ହୋଇଥିଲା।

   Related Posts