Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିରାଟ ସେନାକୁ ଝଟକା, ସାଢେ ୩ ବର୍ଷ ପରେ ଟେଷ୍ଟରେ ଶୀର୍ଷ ସ୍ଥାନ ହରାଇଲା ଭାରତ

1/05/2020 at 9:40 PM

ନୂଆଦିଲ୍ଲୀ ୦୧।୦୫: ଆଇସିସି ମାନ୍ୟତାରେ ମେ ୧ରେ ବଡ ପରିବର୍ତ୍ତନ ଘଟିଛି। ଆଇସିସି ଆଜି ସଦ୍ୟତମ ରାଙ୍କିଙ୍ଗ ଜାରି କରିଛି। ଏଥିରେ ଭାରତ ଓ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି। ଭାରତ ଟେଷ୍ଟରେ ନିଜର ଶୀର୍ଷ ମାନ୍ୟତା ହରାଇଥିବା ବେଳେ ପାକିସ୍ତାନ ଟି-୨୦ରେ ଶୀର୍ଷ ସ୍ଥାନ ହରାଇଛି। ଏହି ଦୁଇ ଦଳ ନିଜର ନିଜର ଏକ ନମ୍ବର ମାନ୍ୟତା ହରାଇଥିବା ବେଳେ କେବଳ ଇଂଲଣ୍ଡ ଏକ ମାତ୍ର ଦଳ ଯିଏ ନିଜର ଶୀର୍ଷ ମାନ୍ୟତା ବଜାୟ ରଖି ପାରିଛି। ଦଳ ପୂର୍ବରୁ ଦିନିକିଆରେ ଏକ ନମ୍ବରରେ ଥିଲା ଏବଂ ଆଜି ବି ରହିଛି।

ଆଇସିସି ପ୍ରତି ଥର ପରି ମେ ୧ରେ  ମାନ୍ୟତାରେ ବାର୍ଷିକ ନବୀକରଣ କରିଛି। ସଦ୍ୟତମ ମାନ୍ୟତାରେ ଭାରତ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହରାଇଛି। ଦଳ ତୃତୀୟ ସ୍ଥାନକୁ ଖସି ଆସିଛି। ଅଷ୍ଟ୍ରେଲିଆ ଭାରତକୁ ବେଦଖଲ କରି ଶୀର୍ଷ ମାନ୍ୟତା ହାସଲ କରିଛି। ୨୦୧୬ ନଭେମ୍ବର ୧ରେ ଏକ ନମ୍ଵର ସ୍ଥାନ ହାସଲ କରିଥିବା ଭାରତ ପ୍ରଥମ ଥର ୧୧୪ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଆସିଛି। ନ୍ୟୁଜିଲାଣ୍ଡ ୧୧୫ପଏଣ୍ଟ ସହ ଦ୍ଵିତୀୟରେ ରହିଛି। ଅଷ୍ଟ୍ରେଲିଆ ୧୧୬ ପଏଣ୍ଟ ସହ ପ୍ରଥମରେ ରହିଛି

ପାକିସ୍ତାନ ପ୍ରଥମରୁ ଚତୁର୍ଥ ସ୍ଥାନକୁ ଖସିଲା

ଅଷ୍ଟ୍ରେଲିଆ କେବଳ ଭାରତଠୁ ଶୀର୍ଷ ସ୍ଥାନ ଛଡାଇ ନାହିଁ, ପାକିସ୍ତାନକୁ ମଧ୍ୟ ମୁକୁଟବିହୀନ କରି ଦେଇଛି। ପାକିସ୍ତାନ ଦଳ ଦୀର୍ଘ ୨୭ ମାସ ଧରି ଟି-୨୦ ମାନ୍ୟତାର ଶୀର୍ଷରେ ଥିଲା। ମାତ୍ର ଏବେ ତାହା ଇତିହାସ ପାଲଟି ଯାଇଛି। ସଦ୍ୟତମ ମାନ୍ୟତାରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ପାକିସ୍ତାନ ଦଳ ପ୍ରଥମରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି।

ଦିନିକିଆ ମାନ୍ୟତାରେ ବିଶ୍ଵ କପ୍ ବିଜେତା ଇଂଲଣ୍ଡ ନିଜର ଶୀର୍ଷ ମାନ୍ୟତା ସୁରକ୍ଷିତ ରଖିଛି। ଦଳ ଏକ ନମ୍ବର ସ୍ଥାନରେ ରହିଛି।

ଦିନିକିଆ ଓ ଟି-୨୦ରେ ଭାରତର ସ୍ଥାନ କେଉଁଠି

ସଦ୍ୟତମ ମାନ୍ୟତା ଅନୁଯାୟୀ, ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ପଏଣ୍ଟ ୧୧୬ ରହିଛି। ନ୍ୟୁଜିଲାଣ୍ଡ ୧୧୫ ଏବଂ ଭାରତ ୧୧୪ ପଏଣ୍ଟ ରହିଛି। ଏହି ପରି ଦିନିକିଆ ମାନ୍ୟତାରେ ଇଂଲଣ୍ଡ ୧୨୭ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଭାରତ ୧୧୯ ପଏଣ୍ଟ ସହ  ଦ୍ଵିତୀୟ ଏବଂ ନ୍ୟୁଜିଲାଣ୍ଡ ୧୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଟି-୨୦ ମାନ୍ୟତାରେ ଅଷ୍ଟ୍ରେଲିଆ ୨୭୮ ପଏଣ୍ଟ ସହ ଶୀର୍ଷରେ ରହିଛି। ୨୬୮ ସହ ଇଂଲଣ୍ଡ ଦ୍ଵିତୀୟରେ, ୨୬୬ ସହ ଭାରତ ତୃତୀୟ ଏବଂ ୨୬୦ ପଏଣ୍ଟ ସହ ପାକିସ୍ତାନ ଚତୁର୍ଥରେ ରହିଛି।

   Related Posts