Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଅଷ୍ଟ୍ରେଲିଆ ଅଧିନାୟକଙ୍କ ପର୍ସ ଚୋରି କଲେ ଦୁର୍ବୃତ୍ତ, ମ୍ୟାକଡୋନାଲ୍ଡସ୍ ଯାଇ ପେଟପୁରା ଖାଇଲେ, ତାପରେ…

1/04/2020 at 11:16 AM

ସିଡନୀ, ୦୧|୦୪:  ଟିମ୍ ପେନ୍ । ଅଷ୍ଟ୍ରେଲିଆର ଟେଷ୍ଟ୍ ଦଳର ଅଧିନାୟକ । ଯାହାଙ୍କ ସହ ଋଷଭ ପନ୍ତଙ୍କ ମତାନ୍ତର ଅଧିକ ଚର୍ଚ୍ଚାରେ ରହିଥିଲା । ପେନ୍ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଅନ୍ୟମାନଙ୍କ ଭଳି ସେ ମଧ୍ୟ କରୋନା ଭାଇରସକୁ ନେଇ ଚିନ୍ତାରେ ରହିଛନ୍ତି । ଧିରେଧିରେ ଲକଡାଉନ ସହ ଆଡଜଷ୍ଟ୍ ମଧ୍ୟ କରୁଛନ୍ତି । ଏହା ମଧ୍ୟରେ ତାଙ୍କ ସହ ଏକ ଘଟଣା ଘଟିଛି । ଚୋରମାନେ ତାଙ୍କ କାରରୁ ପର୍ସ ସହ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଚୋରି କରି ନେଇଛନ୍ତି । ତାଙ୍କୁ ଏହି ଚୋରି ବାବଦରେ ସେହି ସମୟରେ ସୂଚନା ମିଳିଥିଲା ଯେତେବେଳେ ତାଙ୍କ ପାଖକୁ ବ୍ୟାଙ୍କର ମେସେଜ ଆସିଥିଲା ।

ସୂଚନାନୁଯାୟୀ, ଲକଡାଉନ ସମୟରେ ପେନ୍ ଗ୍ୟାରେଜକୁ ଜିମରେ ପରିବର୍ତ୍ତନ କରୁଥିଲେ ।  ଅଷ୍ଟ୍ରେଲିଆର ସାଉଥ୍ ହୋବାର୍ଟରେ ରହୁଥିବା ପେନ୍ ନିଜ କାରକୁ ରାସ୍ତା କଡରେ ରଖି ଦେଇଥିଲେ । ସେଠାରୁ ଚୋରମାନେ ତାଙ୍କ ପର୍ସ ସହ ଅନେକ ଜରୁରୀ ସାମଗ୍ରୀ ଚୋରି କରିନେଇଥିଲେ । ଚୋରି କରିବା ପରେ ଦୁର୍ବୃତ୍ତମାନେ ମ୍ୟାକଡୋନାଲ୍ଡସ୍ ଯାଇଥିଲେ । ସେଠାରେ ସେମାନେ ପେମେଣ୍ଟ କରିବା ପରେ ପେନଙ୍କ ମୋବାଇଲକୁ ମେସେଜ ଆସିଥିଲା ।

ପେନ୍ କହିଛନ୍ତି ଯେ, ତାଙ୍କ ପାଖକୁ ଆସିଥିବା ମେସେଜରେ ଆକାଉଣ୍ଟରୁ ଟଙ୍କା କଟିଥିବା ଉଲ୍ଲଖ ରହିଥିଲା । ସେ କାର୍ ପାଖକୁ ଯିବା ବେଳେ ଡୋର୍ ଖୋଲାଥିଲା । ଏପରିକି ତାଙ୍କର ଅନେକ କିଛି ସାମଗ୍ରୀ ଚୋରି ହୋଇଯାଇଥିଲା । ଚୋରମାନେ ମ୍ୟାକଡୋନାଲ୍ଡରେ ପେଟପୁରା ଖାଇଥିଲେ । ଏହାକୁ ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ କେହି ଭୋକିଲା ଏପରି କରିଥିବା ସେ କହିଛନ୍ତି ।

   Related Posts