Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପାକିସ୍ତାନ ଗସ୍ତରେ ଯିବାକୁ ଡରୁଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ ! ଖେଳାଳିମାନେ ଭୟ କରୁଛନ୍ତି, ଏମିତି କହିଲେ ଅଧିନାୟକ ଟିମ୍‌ ପେନ୍‌

9/11/2021 at 6:13 PM

ନୂଆଦିଲ୍ଲୀ ୦୯/୧୧ : ପାକିସ୍ତାନରେ ଖେଳିବାକୁ ବିଶ୍ବର ପ୍ରାୟ ଅନେକ କ୍ରିକେଟ ଟିମ ନାରାଜ । ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଟିମ ପୂର୍ବରୁ ପାକିସ୍ତାନରେ ଖେଳିବାକୁ ମନା କରିଦେଇଥିଲେ । ଟସ ପଡିବାର ମାତ୍ର କିଛି ସମୟ ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରିଥିଲା କିଓ୍ବି ଟିମ । ଏହାରି ମଧ୍ୟରେ ଆସନ୍ତା ବର୍ଷ ପାକିସ୍ତାନ ଯିବାକୁ ଘୋଷଣା କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ସୁରକ୍ଷା ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପାକିସ୍ତାନ ପକ୍ଷରୁ ଘୋଷଣା କରାଯିବା ପରେ ରାଜି ହୋଇଥିଲା କଙ୍ଗାରୁ ଟିମ । କିନ୍ତୁ ଏବେ ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତକୁ ନେଇ ପୁଣି କେଁ ବାହାରିଛି ।

ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ନେଇ ପୁଣି ଆଶଙ୍କା ଦେଖାଦେଇଛି । ଦଳର ଅଧିନାୟକ ଟିମ ପେନ୍‌ କହିଛନ୍ତି, ‘ପାକିସ୍ତାନ ଗସ୍ତ ପାଇଁ କିଛି ଖେଳାଳି ଏବେ ବି ଅମଙ୍ଗ ହେଉଛନ୍ତି । ଏବେ ମଧ୍ୟ ସେମାନେ ଏକ୍ସପର୍ଟମାନଙ୍କ ସହଯୋଗ ଚାହୁଁଛନ୍ତି । ସଫା ସଫା କହିବାକୁ ଗଲେ ଦଳର କୌଣସି ଖେଳାଳୀ କିମ୍ପା ସପୋର୍ଟ ଷ୍ଟାଫ୍‌ ପାକିସ୍ତାନ ଗସ୍ତ ପାଇଁ ରାଜି ହେଉନାହାନ୍ତି ।’

ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍‌ ମାକ୍ସଓ୍ବେଲ ମଧ୍ୟ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ନଥିବା ଜଣାପଡିଛି । କାରଣ ପାକିସ୍ତାନ ଗସ୍ତ ସମୟରେ ମାକ୍ସଓ୍ବେଲଙ୍କ ବିବାହ ହେବାକୁ ଯାଉଛି । ଭାରତର ଝିଅ ବେନୀ ରମନଙ୍କ ସହ ବିବାହ କରିବାକୁ ଯାଉଛନ୍ତି ମାକ୍ସଓ୍ବେଲ । ତେଣୁ ସେ ପାକ୍‌ ଗସ୍ତରେ ନଯାଇପାରନ୍ତି । ଏହା ବାଦ୍‌ ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ପାକିସ୍ତାନ ଯିବାକୁ ସହଜ ମନେ କରୁନଥିବା ଜଣାପଡିଛି । ଏମିତି ହେଲେ ଗସ୍ତ ବାତିଲ ମଧ୍ୟ ହୋଇପାରେ । କାରଣ ସୁରକ୍ଷା ଦୃଷ୍ଟିରୁ ଭୟରେ ପାକିସ୍ତାନରେ ଖେଳିବା ପାଇଁ ଖେଳାଳିମାନେ ରାଜି ହେଉ ନାହାନ୍ତି ।

ଆସନ୍ତା ମାର୍ଚ୍ଚ ୨୦୨୨ରେ କଙ୍ଗାରୁ ବାହିନୀ ପାକିସ୍ତାନ ଗସ୍ତ କରିବାକୁ ଯାଉଛି । ଏ ନେଇ ପୁରା ମ୍ୟାଚ ସୂଚୀ ଜାରି କରିଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) । ଅଷ୍ଟ୍ରେଲିଆର ଏହି ଗସ୍ତ ପାକିସ୍ତାନ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଠିକ ପୂର୍ବରୁ ପାକିସ୍ତାନ ଗସ୍ତ କରିଥିଲା ନ୍ୟୁଜିଲାଣ୍ଡ । ତେବେ ସେଠାରେ ସେମାନଙ୍କ ଧମକ ମିଳିବାରୁ ଟସ ପଡିବାର କିଛି ସମୟ ପୂର୍ବରୁ ଖେଳିବାକୁ ମନା କରିଦେଇଥିଲା କିଓ୍ବି ଟିମ । ସେହିଭଳି ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତ କରିବାକୁ ପ୍ରଥମରୁ ହିଁ ମନା କରିଦେଇଥିଲା । ତେଣୁ ଏବେ ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ବେଳେ ସେଭଳି କିଛି ବିପଦ ଆଶଙ୍କା ଥିବାରୁ ସତର୍କ ରହିବାକୁ ହେବ । ଦୀର୍ଘ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାକୁ ଯାଉଛି ଅଷ୍ଟ୍ରେଲିଆ । ଏହା ପୂର୍ବରୁ ୧୯୯୮ ମସିହାରେ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା କଙ୍ଗାରୁ ଟିମ । ପାକିସ୍ତାନ ଗସ୍ତରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ଗୋଟିଏ ଟେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ କଙ୍ଗାରୁ ଦଳ । ପ୍ରଥମ ଟେଷ୍ଟ ମାର୍ଚ୍ଚ ୩ ରୁ ୭ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ବେଳେ, ଦ୍ବିତୀୟ ଟେଷ୍ଟ ୧୨ ରୁ ୧୬, ତୃତୀୟ ୨୧ ରୁ ୨୫ ଲାହୋରରେ ଖେଳାଯିବ । ସେହିଭଳି ମାର୍ଚ୍ଚ ୨୯ରେ ପ୍ରଥମ ଦିନିକିଆ, ୩୧ ରେ ଦ୍ବିତୀୟ ଏବଂ ଏପ୍ରିଲ ୨ ତାରିଖରେ ତୃତୀୟ ଦିନିକିଆ ଲାହୋରେ ଖେଳାଯିବ । ଶେଷରେ ଏପ୍ରିଲ ୫ ତାରିଖରେ ଲାହୋରରେ ଏକ ମାତ୍ର ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ସୁପର ଲିଗ୍‌ର ଅଂଶ ରହିବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts