Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଟି୨୦ ବିଶ୍ୱକପ ଆଶା କମ୍, ଅଷ୍ଟ୍ରେଲିଆ- ଭାରତ ଟେଷ୍ଟ ସିରିଜର ସମ୍ଭାବନା ୯୦ ପ୍ରତିଶତ

22/05/2020 at 3:50 PM

ସିଡନୀ, ୨୨|୦୫: ସାରା ବିଶ୍ୱ ଏବେ କରୋନା ଭାଇରସ ମୁକାବିଲା କରୁଛି । ଅନେକ ବଡ ବଡ ଟୁର୍ଣ୍ଣାମେଣ୍ଟ ଏହି ଭାଇରସ ପାଇଁ ରବ୍ଦ ଓ ସ୍ଥଗିତ ହୋଇଛି । ତେବେ ଭାରତର ଅଷ୍ଟ୍ରେଲିଆ ଗସ୍ତ ବାବଦରେ ସୂଚନା ଦେଇଛନ୍ତି କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ୍ ରୋବର୍ଟସ୍ ।

ସେ କହିଛନ୍ତି ଯେ, ଭାରତୀୟ ଦଳ ଚଳିତ ବର୍ଷ ଶେଷରେ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାର ୯୦ ପ୍ରତିଶତ ସମ୍ଭାବନା ରହିଛି । ଏବେଠୁ କିଛି କହିବା ସହଜ ନୁହେଁ । ଭାରତ ଅଷ୍ଟ୍ରେଲିଆ ଗସ୍ତ ନକଲେ ତାଙ୍କୁ ଅଶ୍ଚର୍ଯ୍ୟ ଲାଗିବ । ତେବେ ଟି୨୦ ବିଶ୍ୱକପକୁ ନେଇ କମ ସମ୍ଭାବନା ରହିଛି । ତେବେ ଷ୍ଟାଡିୟମରେ ଦର୍ଶକ ହେବେ ନା ନାହିଁ ତାହା କହିହେବ ନାହିଁ ।  

କ୍ରିକେଟ ଅଷ୍ଟ୍ରେଲିଆ ଏହି ସିରିଜ ପାଇଁ ଉତ୍ସାହିତ ରହିଛି । ଏଥିପାଇଁ ବୋର୍ଡକୁ ୩୦ କୋଟି ଡଲାର ମିଳିବ । କରୋନା ଭାଇରସ ପାଇଁ ଏହାର ୮୦ ପ୍ରତିଶତ କର୍ମଚାରୀ ପୂର୍ଣ୍ଣ ଦରମା ପାଇନାହାଁନ୍ତି ।

ଅଷ୍ଟ୍ରେଲିଆ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ତାହା ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଅଷ୍ଟ୍ରେଲିଆ ଗସ୍ତ କରିବାର ସମ୍ଭାବନା ରହିଛି । ତେବେ ଦଳର ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସିଏ ବୋର୍ଡ ମୁଖ୍ୟ କହିଛନ୍ତି ।

   Related Posts