Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

IPL ପୂର୍ବରୁ KKRକୁ ଝଟ୍‌କା, ବାଦପଡିପାରନ୍ତି ଏହି ଖେଳାଳି

8/01/2020 at 6:46 PM

ନୂଆଦିଲ୍ଲୀ ୦୮।୦୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ବାଦ୍‌ ପଡିପାରନ୍ତି ଅଷ୍ଟ୍ରେଲିଆ ବୋଲର କ୍ରିସ ଗ୍ରୀନ ।  ବିଗ୍ ବାସ୍‌ ଲିଗ୍‌ର ସନ୍ଦିଗ୍ଧ ବୋଲିଂ ଆକ୍ସନ ଲାଗି ତିନିମାସ ପାଇଁ ତାଙ୍କ ବୋଲିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି ।  ଗତ ସପ୍ତାହରେ ମେଳବର୍ଣ୍ଣ ଷ୍ଟାର୍ସ ବିପକ୍ଷରେ ସିଡନୀ ଥଣ୍ଡର୍ସ ମ୍ୟାଚ୍‌ କରିଥିବା ବୋଲିଂ ସନ୍ଦିଗ୍ଧ ଆକ୍ସନ ରହିଥିବା ନେଇ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, କୋଲକାତା ନାଇଟ ନାଇଡର୍ସ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ରିସଙ୍କୁ କିଣିଥିଲା । ୨୦ଲକ୍ଷ ଟଙ୍କା ବେସ୍‌ ପ୍ରାଇସ୍‌ରେ ତାଙ୍କୁ ଚଳିତ ବର୍ଷ ହୋଇଥିବା ଆଇପିଏଲ ଖେଳାଳି ନିଲାମ କିଣିଥିଲା କେକେଆର୍‌ । କ୍ରିସ ଗ୍ରୀନ ଆଇପିଏଲ୍‌ରେ ଖେଳିବା ନେଇ ସନ୍ଦେହ ଉପୁଜୁଛି । ଆଇପିଏଲ୍‌ର ସଞ୍ଚାଳନା ପରିଷଦ ଯଦି ମଞ୍ଜୁରୀ ଦିଏ ,ତାହେଲେ ସେ କୋଲକାତା ନାଇଟ ନାଇର୍ଡସ ପାଇଁ ଖେଳିପାରିବେ । ୨୯ମାର୍ଚ୍ଚରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି ।

   Related Posts