Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଭାରତୀୟ କ୍ରିକେଟର ଅଷ୍ଟ୍ରେଲିଆରେ ପପୁଲାର୍: ବିଭିନ୍ନ ଖେଳାଳିଙ୍କ ନାଁରେ ରାସ୍ତାର ନାମକରଣ, ସବୁଠୁ ଦାମୀ ଇଲାକାରେ କୋହଲି କ୍ରିନସେଣ୍ଟ୍

15/06/2020 at 7:30 PM

ମେଲବର୍ଣ୍ଣ, ୧୫|୦୬ :  ମେଲବର୍ଣ୍ଣର ରକବ୍ୟାକ ସହରରେ ଏକ ନୂଆ କଲୋନୀ ନିର୍ମାଣ କରାଯାଉଛି । ଏହି କଲେନୀର ବିଭିନ୍ନ ଗଳିର ମାସ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, କପିଲ ଦେବ ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ନାମରେ ରଖାଯିବ । ଏହି କଲୋନୀକୁ ଆକିଲେଡ୍ ଇଷ୍ଟେଟ୍ ତିଆରି କରୁଛି । ଏହି ସଂସ୍ଥା ତେନ୍ଦୁଲକର ଡ୍ରାଇଭ୍, କୋହଲି କ୍ରିନସେଣ୍ଟ୍ ଓ ଦେବ୍ ଟେରିସ୍ ନାମରେ ଗ୍ରାହକଙ୍କୁ ଲୋଭନୀୟ ଅଫର୍ ଦେଉଛି ।

ମିଡିଆ ରିପୋର୍ଟ ଅନୁସାରେ, ବିରାଟଙ୍କ ବାସଭବନ ନିକଟରେ ଥିବା ବିଭିନ୍ନ ଗଳିର ନାମ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ନାମରେ ରଖାଯାଇଛି । ଏଥିରେ ଓ୍ୱ ଷ୍ଟ୍ରିଟ୍, ଏମ୍ବ୍ରୋସ୍ ଷ୍ଟ୍ରିଟ୍, ସୋବର୍ସ ଡ୍ରାଇଭ୍, କାଲିସ୍ ଓ୍ୱେ, ହେଡଲୀ ଷ୍ଟ୍ରିଟ୍ ଆଦି ରହିଛି । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ରକବ୍ୟାକ୍ ସହରରେ ଅଧିକ ସଂଖ୍ୟାରେ ଭାରତୀୟ ବସବାସ କରନ୍ତି । ଏଠାରେ ସେମାନେ ଘର କିଣିବାକୁ ପସନ୍ଦ କରିଥାନ୍ତି ।

ଏହି କଲୋନୀ ତିଆରି କରୁଥିବା ସଂସ୍ଥାର ନିର୍ଦ୍ଦେଶକ ଖୁରେମ୍ ସୟିଦ୍ କହିଛନ୍ତି ଯେ, ସେ କାଉନସିଲ୍ ନିକଟକୁ ୬୦ଟି ନାମ ପଠାଇଥିଲେ । ଏଥିରେ ଡନ୍ ବ୍ରାଡମ୍ୟାନଙ୍କ ନାମ ମଧ୍ୟ ସାମିଲ ଥିଲା । କିନ୍ତୁ ଏହାକୁ ମଞ୍ଜୁରୀ ମିଳିନାହିଁ । କାରଣ ମେଲବର୍ଣ୍ଣରେ ତାଙ୍କ ନାମରେ ପୂର୍ବରୁ ଏକ ସଡକ ରହିଛି । କୁମାର ସାଙ୍ଗକରା, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂ ଧୋନୀ ଓ ଅନ୍ୟ ଖେଳାଳିଙ୍କ ନାମରେ ସଡକର ନାମ ରଖିବାକୁ କୁହାଯାଇଥିଲେ ମଧ୍ୟ ମଞ୍ଜୁରୀ ମିଳିନାହିଁ । ଏହାକୁ କାଉନସିଲ୍ ନାମଞ୍ଜୁର କରିଦେଇଛି ।

ତେନ୍ଦୁଲକର ଓ କୋହଲିଙ୍କ ନାମକୁ ମଞ୍ଜୁରୀ ମିଳିସାରିଛି । କୋହଲି ତାଙ୍କର ସବୁଠାରୁ ପସନ୍ଦଯୋଗ୍ୟ ବ୍ୟାଟସମ୍ୟାନ୍ । ସବୁଠାରୁ ମହଙ୍ଗା ଅଞ୍ଚଳର ନାଁ କୋହଲିଙ୍କ ନାମରେ ରହିଛି । 

   Related Posts