ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପୋଷ୍ଟ୍ କଲେ ଚଟଣୀ ଓ ସିଙ୍ଗଡା, ମୋଦୀ କହିଲେ, 'ସ୍ୱାଦିଷ୍ଟ ଲାଗୁଛି'

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ, ୩୧|୦୫:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ପିଏମ୍ ସ୍କଟ୍ ମୋରିସନଙ୍କ ଏକ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ଟ୍ୱିଟରେ ମୋରିସନ୍ ସିଙ୍ଗଡା ଫଟୋ ପୋଷ୍ଟ୍ କରିଥିଲେ ।

ମୋଦୀ ଅଷ୍ଟ୍ରେଲିଆ ପିଏମ୍ ମୋରିସନ୍ ସିଙ୍ଗଡା ଫଟୋରେ ପ୍ରତିକ୍ରିୟା ଦେଇଛନ୍ତି ଯେ, ଏହା ଭାରତ ମହାସାଗର ସହ ଜଡିତ । ଏହା ଭାରତୀୟ ସିଙ୍ଗଡା ଭଳି ଦେଖିବାକୁ ସମାନ । ଏହା ଅତି ସ୍ୱାଦିଷ୍ଟ ଲାଗୁଛି । ଯେତେବେଳେ ଆମେ କରୋନା ମୁକାବିଲାରେ ସଫଳ ହେବୁ ସେତେବେଳେ ମିଶିକରି ସିଙ୍ଗଡାର ମଜା ଉଠାଇବା ବୋଲି ମୋଦୀ କହିଛନ୍ତି । ଏପରିକି ମୋରିସନଙ୍କ ସହ ୪ ତାରିଖରେ ଭିଡିଓ କନଫରେନ୍ସିଂରେ ଆଲୋଚନା ହେବ ବୋଲି ମୋଦୀ କହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଟ୍ୱିଟରେ ଲେଖିଥିଲେ ଯେ, ଆମ୍ବ ଚଟଣୀ ସହ ରବିବାର ସିଙ୍ଗଡା । ଚଳିତ ସପ୍ତାହରେ ତାଙ୍କ ସହ ଭିଡିଓ କନଫରେନ୍ସିଂ ଅଛି । ସେ ଶାକାହାରୀ ଅଟନ୍ତି । ଏହା ତାଙ୍କ ସହ ସେୟାର କରିବାକୁ ସେ ପସନ୍ଦ କରିବେ ।

wp:html /wp:html

ଜୁନ ୪ରେ ମୋଦୀ ଓ ମୋରିସନଙ୍କ ମଧ୍ୟରେ ଆଲୋଚନା

ମୋରିସନଙ୍କ ଟ୍ୱିଟକୁ ଏବେସୁଦ୍ଧା ୩୯ ହଜାରରୁ ଅଧିକ ଲାଇକ୍ ମିଳିସାରିଛି । ତେବେ ଉଭୟ ପ୍ରଧାନମନ୍ତ୍ରୀ ଜୁନ ୪ରେ ଏକ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ଯୋଗେ ଏହି ଆଲୋଚନା ହେବ । ଯେଉଁଥିରେ ଆର୍ଥିକ ଓ ରଣନୀତି ସ୍ତରରେ ଅନେକ ପ୍ରସଙ୍ଗ ଉଠିବ । ଏହାସହ ଦୁଇ ଦେଶର ସମ୍ପର୍କ ମଧ୍ୟ ମଜବୁତ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.