‘ଆଇପିଏଲ ଖେଳିବା ପାଇଁ କୋହଲିଙ୍କ ଚାଟୁକାରିତା କରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି’, ପୂର୍ବତନ ଅଧିନାୟକ ଖୋଲିଲେ ଗୁମର

Published By : Prameya-News7 Bureau | April 07, 2020 IST

ସିଡନୀ, ୦୭|୦୪:  ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲର ତ୍ରୟୋଦଶ ସଂସ୍କରଣକୁ କରୋନା ଭାଇରସ ପାଇଁ ସ୍ଥଗିତ ରଖାଯାଇଛି । ଏହାକୁ ୧୫ ଏପ୍ରିଲ ଯାଏଁ ଘୁଞ୍ଚାଇ ଦିଆଯାଇଛି । ଏହାପରେ ମଧ୍ୟ ଆଇପିଏଳର ଆୟୋଜନ ହେବ ନା ନାହିଁ ତାକୁ ନେଇ ଆଶଙ୍କା ରହିଛି । ତେବେ ସାରା ବିଶ୍ୱର ଖେଳାଳି ଏହାର ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି । ଏହା ମଧ୍ୟରେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ଏକ ଚକିତ କଲା ଭଳି ମନ୍ତବ୍ୟ ଦେଇଛନ୍ତି ।

{"id":250319,"width":751,"height":563,"sizeSlug":"large"}

ମାଇକେଲ୍ କ୍ଲାର୍କ କହିଛନ୍ତି ଯେ, ଅଷ୍ଟ୍ରେଲିଆ କ୍ରିକେଟର ଆଇପିଏଲର ଲାଭ ଉଠାଇଥାନ୍ତି । ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ହେଇଯାଉଛନ୍ତି । ଏହି ସମୟରେ ସେମାନେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ସାଥୀଙ୍କ ଚାଟୁକାରିତା କରିଥାନ୍ତି । ଯେତେବେଳେ ଅଷ୍ଟ୍ରେଲିଆ ଖେଳାଳି ଭାରତର ସାମ୍ନା କରନ୍ତି ସେମାନେ ଏପ୍ରିଲ ଓ ମେ ମାସରେ ଆୟୋଜିତ ହେବାକୁ ଥିବା ଆଇପିଏଲ ଉପରେ ଲକ୍ଷ୍ୟ ରଖିଥାନ୍ତି ।

କ୍ଲାର୍କ ଆହୁରି କହିଛନ୍ତି ଯେ, ଭାରତ ଆଇପିଏଲ କାରଣରୁ ଘରୋଇ ମାଟିରେ ବହୁତ ଶକ୍ତିଶାଳୀ ହୋଇଥାଏ । ଏହି ସମୟରେ ଅଷ୍ଟ୍ରେଲିଆ ଖେଳାଲି ଆକ୍ରମଣାତ୍ମକ ମନୋଭାବ ବଦଳରେ ଚାଟୁକାରିତା କରିଥାନ୍ତି । ଏପରିକି ଜଣେ ଅଷ୍ଟ୍ରେଲିଆ ଖେଳାଳି କୋହଲିଙ୍କ ପ୍ରତି ଆକ୍ରମଣାତ୍ମକ ବୋଲିଂ କରିପାରିବେ ନାହିଁ କାରଣ ସେ ଆଇପିଏଲ ଖେଳୁଛନ୍ତି ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.