Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

କୋହଲିଙ୍କୁ ବୋଲିଂ କରିବାକୁ ଆତୁର ଏହି ଅଷ୍ଟ୍ରେଲୀୟ ବୋଲର ; କହିଲେ ଏହା ମୋ ପାଇଁ ବଡ ସୁଯୋଗ

14/11/2020 at 7:00 PM

ନୂଆଦିଲ୍ଲୀ ୧୪/୧୧ : କଙ୍ଗାରୁ ବିପକ୍ଷ ସିରିଜ ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ତେବେ ଅଷ୍ଟ୍ରେଲିଆ ଟେଷ୍ଟ ଟିମରେ ସାମିଲ ହୋଇଥିବା ଲେଗ ସ୍ପିନର ମିଶେଲ ସ୍ବେପ୍ସନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ବୋଲିଂ କରିବାକୁ ବ୍ୟଗ୍ର ଏହି ଯୁବ ଲେଗ୍ ସ୍ପିନର । ସ୍ବେପ୍ସନ ଅଷ୍ଟ୍ରେଲିଆ ଟେଷ୍ଟ ଟିମରେ ଆଗରୁ ସାମିଲ ହୋଇଥିଲେ ସୁଦ୍ଧା ଏଯାଏଁ ଡେବ୍ୟୁ କରିନାହାନ୍ତି ।

ସୂଚନା ଅନୁଯାୟୀ ସେ ସିଡନିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦଳରେ ସ୍ଥାନ ପାଇଥିଲେ କିନ୍ତୁ କାଙ୍କୁ ପ୍ଲେଇଙ୍ଗ୍ ଇଲେଭେନରେ ସାମିଲ କରାଯାଇନଥିଲା । ବାଂଲାଦେଶ ବିପକ୍ଷରେ ଡେବ୍ୟୁ ପାଇଁ ସୁଯୋଗ ଥିଲେ ମଧ୍ୟ କରୋନା ମାହାମରୀ ପାଇଁ ସିରିଜକୁ ସ୍ଥଗିତ ରଖାଯାଇଥିଲା ।

ଆଡିଲେଡ୍ ଟେଷ୍ଟରେ ଯଦି ମିଶେଲ ସ୍ବେପ୍ସନଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳେ ତ ସେ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ସାମ୍ନାରେ ବୋଲିଂ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ତେବେ କୋହଲି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ମାତ୍ର ଗୋଟିଏ ମ୍ୟାଚ ଖେଳିବେ । ସେ ବାପା ହେବାକୁ ଯାଉଥିବାରୁ ଗୋଟିଏ ଟେଷ୍ଟ ଖେଳି ସ୍ବଦେଶ ଫେରିବେ ।

କ୍ରିକେଟ ଡଟ୍ କମ୍ ଡଟ୍ ଏୟୁକୁ ସାକ୍ଷାତକାର ଦେଇ ସ୍ବେପ୍ସନ୍ କହିଛନ୍ତି କୋହଲି ଜଣେ ସର୍ବଶ୍ରେଷ୍ଠ ଖେଲାଳୀ ଏଥିରେ ସନ୍ଦେହ ନାହିଁ କିନ୍ତୁ ସର୍ବଶ୍ରେଷ୍ଠଙ୍କ ସହିତ ପ୍ରତିଦ୍ବନ୍ଦିତା କରିବା ନିହାତି ଭାବେ ଚ୍ୟାଲେଞ୍ଜିଂ ହେବ । ସେ କହିଛନ୍ତି ଯେ ଆଉ ଏକ ସୁଯୋଗ ଯାହାକି ତାଙ୍କୁ ଉତ୍ସାହିତ କରିବ ତାହା ହେଉଛି ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳୀଙ୍କ ସାମ୍ନାରେ ନିଜକୁ ପରଖିବାକୁ ସୁଯୋଗ ମିଳିବ । କୋହଲି ଜଣେ ବିଶ୍ବସ୍ତରୀୟ କ୍ରିକେଟର, ତେଣୁ ତାଙ୍କ ବିପକ୍ଷରେ ବୋଲିଂ କରିବାର ମୌକା ମିଳିବା ନିହାତି ଭାବେ ନିଜକୁ ପରଖିବାର ମୌକା ମିଳିବା । ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ।

ସ୍ବେପ୍ସନ ନିହାତି ଭାବେ ଅଷ୍ଟ୍ରେଲିଆ ପାଇଁ ଦ୍ବିତୀୟ ବିକଳ୍ପ ହେବେ, କାହିଁକି ନା କଙ୍ଗାରୁ ଦଳ ପାଖରେ ନାଥନ ଲାୟନଙ୍କ ଭଳି ଦକ୍ଷ ଏବଂ ଅନୁଭବୀ ଖେଳାଳୀ ଅଛନ୍ତି । ସ୍ବେପ୍ସନ ଆହୁରୀ ମଧ୍ୟ କହିଛନ୍ତି , ଲାୟନ ଟେଷ୍ଟ ମ୍ୟାଚରେ ନିଜେ ନିଜକୁ ପ୍ରମାଣିତ କରିପାରିଛନ୍ତି ଏବଂ ସୁଯୋଗ ମିଳିଲେ ସେ ମଧ୍ୟ ନିଜର ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ଏଭଳି ମଧ୍ୟ ହୋଇପାରେ ଯେ କୌଣସି ମ୍ୟାଚରେ ୨ ଜଣ ସ୍ପିନରଙ୍କୁ ସୁଯୋଗ ମିଳିପାରେ । ଭାରତ ବିପକ୍ଷରେ ୪ଟି ଯାକ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତି ଚଳାଇଛି ଏବଂ ସୁଯୋଗ ମିଳିଲେ ନିଜକୁ ପ୍ରମାଣିତ କରିବି ବୋଲି ସ୍ବେପ୍ସନ କହିଛନ୍ତି ।

   Related Posts