ଟି ୨୦ ବିଶ୍ବକପ : ଅଷ୍ଟ୍ରେଲିଆକୁ ୧୫୫ ରନର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା

Published By : Prameya-News7 Bureau | October 28, 2021 IST

ଦୁବାଇ ୨୮/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଆଜି ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭର​‌ରେ ୬ ଓ୍ବିକେଟ ହରାଇ ୧୫୪ ରନ ସଂଗ୍ରହ କରିଛି ଶ୍ରୀଲଙ୍କା । ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୧୫୫ ରନ କରିବାକୁ ହେବ ।

ଶ୍ରୀଲଙ୍କା ପକ୍ଷରୁ କୁଶଲ ପେରେରା ଏବଂ ଚରିଥ୍‌ ଆଶାଲଙ୍କା ୩୫ ରନ ଲେଖାଏଁ କରିଥିବା ବେଳେ ଭାନୁକା ରାଜପକ୍ଷେ ଶେଷରେ ଦମଦାର ୩୩ ରନର ଅପରାଜିତ ଇଂନିସ ଖେଳିଛନ୍ତି । ନିଶାଙ୍କା ୭ରନ, ଅଭିସାକା ଫର୍ଣ୍ଣାଣ୍ଡୋ ୪ରନ, ଓ୍ବାନିନ୍ଦୁ ହାସାରଙ୍ଗା ୪, ଦାସୁନ ସାନାକା ୧୨ ରନ କରି ଆଉଟ ହୋଇଛନ୍ତି । ଚାମିକା କରୁଣାରତ୍ନେ ୯ରନ କରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଓଭରରେ ୨୭ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ଜୋସ ହେ​‌ଜେଲଉଡ ୪ ଓଭରରେ ୨୬, ପାଟ୍‌ କମିନ୍ସ ୪ ଓଭରରେ ୩୨ ରନ ୨ ଓ୍ବିକେଟ, ଗ୍ଳେନ୍‌ ମାକ୍ସଓ୍ବେଲ ୧ ଓଭରରେ ୧୬, ମାର୍କସ ଷ୍ଟୋଇନିସ୍‌ ୩ ଓଭରରେ ୩୫ ଏବଂ ଆଡାମ ଜାମ୍ପା ୪ ଓଭରରେ ୧୨ ରନ ଦେଇ ୨ଟି ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.