ଭୁବନେଶ୍ୱରରେ ପହଁଚିଲେ ଅଷ୍ଟ୍ରେଲିଆ ହକି ଟିମ

Published By : Prameya-News7 Bureau | November 24, 2018 IST

ଭୁବନେଶ୍ୱର ୨୪/୧୧ : ପହଁଚିଲା ହକି ଅଷ୍ଟେ୍ଲିଆ ଟିମ । ଆଉ ତିନି ଦିନ ପରେ ଭୁବନେଶ୍ବର ଓ କଟକ ରେ ହେବ ଓପନିଂ ସେରିମନି । କାନ୍ଥ ବାଡ ଠାରୁ ଆରମ୍ଭ କରି ଷ୍ଟାଡିୟମ ଚାରିପଟେ ହକି ଫେଷ୍ଟିଭାଲ ମୁଡ । ପୁରା ସଜେଇ ହେଲାଣି । ଭୁବନେଶ୍ବର , କଟକ ଠାରୁ କେ।ରା ପୁଟ , ଭୁବନେଶ୍ବର ରୁ ଭବାନି ପାଟନା , ସବୁଠି ଖାଲି ହକି ର ଫିବର ।  ସେପଟେ ହକି ଇଣ୍ଡିଆ ସିଇଓ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କୁ ପ୍ରଶଶାଂ କରିବା ସହ ସବୁ ମହଲରେ ଏବେ ଏକ୍ସସାଇଟମେଣ୍ଟ ଥିବା ସେ ଅନୁଭବ କରିଥିବା କହିଛନ୍ତି । ଭୁବନେଶ୍ବର ରାସ୍ତାରେ ବି ହକି ର ଫିବର ଦେଖିବାକୁ ମିଳିଛି ।  ହକିଷ୍ଟିକର ଯାଦୁରେ ବେଶ ମସଗୁଲ ଏହି ପିଲାମାନେ । ଆର୍ଜେଣ୍ଟିନା, ସ୍ପେନ ଫ୍ରାନସ, ସାଉଥ ଆଫ୍ରିକା , ଓ ଚାମ୍ପିୟାନ ଅଷ୍ଟେଲିଆ ଆସି ଭୁବନେଶ୍ବର ରେ ପହଁଚିଛିନ୍ତି ଭୁବନେଶ୍ବର ର ତାରକା ହୋଟେଲରେ ରହିବା ସହ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରେ କଳିଙ୍ଗ ଷ୍ଟାଡିୟମ ରେ ଅଭ୍ୟାସ ବି ଆରମ୍ଭ କରିଛନ୍ତି । ଚାମ୍ପିୟାନଟିମ ଅଷ୍ଟେଲିଆ ଟିମ ଭୁବନେଶ୍ବର ରେ ପହଁଚିବା ପରେ ବେଶ ଉତ୍ସାହିତ ହୋଇଛି ଦଳ ଖୁବ ଅଭ୍ୟାସ କରିଛି ଚାପ​‌ରେ​‌ ନାହିଁ ଦଳ ଭଲ ପ୍ରଦର୍ଶନ କରି ଟାଇଟେଲ ହାତେଇବାକୁ ଷ୍ଟ୍ରାଟଜିରେ ଦଳ ଓଲ୍ଲାଇବେ ପଡିଆକୁ । ସେପଟେ ହକି ଇଣ୍ଡିଆ ମଧ୍ୟ ପ୍ରସ୍ତୁତିକୁ ନେଇ ବେଶ ଖୁସି । ଏବେ ସାରା ଭୁବନେଶ୍ବର ହକି ଥିମ୍‌ରେ ସଜେଇ ହୋଇଛି । ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ପୁରା ବ୍ୟବସ୍ଥାକୁ କମିଶନରେଟ ପୁଲିସ ନିଜ କବଜାରେ ରଖିଛି । ଖେଳାଳିଙ୍କ ଠାରୁ ଆରମ୍ଭ କରି ଅଫିସିଆଲ ସମସ୍ତଙ୍କର ରହିବା ଖାଇବା ଠାରୁ ଆରମ୍ଭ କରି ଅଭ୍ୟାସକୁ ନେଇ ବେଶ ଗୁରୁତ୍ବ ଦେଉଛି ହକିଇଣ୍ଡିଆ ଓ ରାଜ୍ୟ ସରକାର । ରାତିରେ ଟପ ଫେବରାଇଟ୍‌ ଟିମ ବେଲଜିୟମ ଓ ନେଦର ଳ୍ୟାଣ୍ଡସ,  କାନାଡା ଓ ଭାରତୀୟ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ଥାନ ଆସିବାର ରହିଛି। ,ସୁରକ୍ଷା ଦୃଷ୍ଟିରୁ ପାକିସ୍ଥାନ ସିଡ୍ୟୁଲ କୌଣସି ସୂଚନା ନାହିଁ । କିନ୍ତୁ ଦଳ ସ୍ବସ୍ତି ପ୍ରିମିୟମରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.