Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଚିନ୍ତାରେ ବେଜିଂ: ଭାରତ ସହିତ ସମରାଭ୍ୟାସରେ ପ୍ରଥମ ଥର ସାମିଲ ହେବେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

11/07/2020 at 3:33 PM

ନୂଆଦିଲ୍ଲୀ ୧୧।୦୭: କରୋନା ନେଇ ଅପବାଦର ଶିକାର ହୋଇଥିବା ଚୀନ ନିଜର ବିସ୍ତାରବାଦୀ ନୀତି ପାଇଁ ଏବେ ବିଶ୍ଵ ଦରବାରରେ ଏକ ଘରିଆ ହୋଇ ଯାଇଛି। ଭାରତୀୟ ଅଞ୍ଚଳ ଉପରେ ଲୋଲୁପ ଦୃଷ୍ଟି ପକାଉଥିବା ଚୀନକୁ ଭାରତ ଦେଇଛି ମୁହଁତୋଡ ଜବାବ। ନିଜର ସମସ୍ତ ପଡୋଶୀ ସହ ସୀମା ବିବାଦ ରଖିଥିବା ଚୀନ୍‌କୁ ଘେରିବା ପାଇଁ ହାତ ମିଳାଇବାକୁ ଯାଉଛନ୍ତି ଚାର ମହାଶକ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ବିରୋଧରେ ଯେବେ ଏହି ଚାରି ଦେଶ ଏକତ୍ର ହୋଇଯିବେ ତେବେ ଡ୍ରାଗନର ଓଲଟା ଗଣତି ଆରମ୍ଭ ହୋଇଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ମାଲାବାର ନୌସେନା ଯୁଦ୍ଧାଭ୍ୟାସ‌ରେ ଭାରତ, ଆମେରିକା ଓ ଜାପାନ ସହିତ ଏବେ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ହେବାକୁ ଚାହୁଁଛି। ଏହି ମାମଲାରେ ଜଡିତ ଅଧିକାରୀଙ୍କ ଅନୁଯାୟୀ ଭାରତ ଅଷ୍ଟ୍ରେଲିଆକୁ ଏହି ସମରାଭ୍ୟାସ୍‌ରେ ସାମିଲ କରାଇବା ଉପରେ ସକରାତ୍ମକ ଭାବେ ବିଚାର କରୁଛି।

ଯଦି ଭାରତ ସମରାଭ୍ୟାସ୍‌ରେ ଅଷ୍ଟ୍ରେଲିଆକୁ ସାମିଲ୍‌ କରାଏ ତେବେ Quad ବା କ୍ଵାଡିଲାଟେରାଲ କୋଲିସନର ସମସ୍ତ ସଦସ୍ୟଙ୍କ ଏହି ଯୁଦ୍ଧାଭ୍ୟାସ୍‌ ଚୀନକୁ ଗଭୀର ଚିନ୍ତାରେ ପକାଇପାରେ। Quad ଗଠନର ଉଦ୍ଦେଶ୍ୟ ପ୍ରଶାନ୍ତ-ମହାସାଗର କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଏବଂ ଉକ୍ତ ଅଞ୍ଚଳରେ ଚୀନର ବଢୁଥିବା ସୈନ୍ୟ ପ୍ରଭାବକୁ ରୋକିବା।

୨୦୧୭ ନଭେମ୍ବରରେ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ଏହି କ୍ଵାଡିଲାଟେରାଲ କୋଲିସନର ଗଠନ କରିଥିଲେ, ଯଦ୍ଵାରା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ କୌଣସି ପ୍ରକାରର ପ୍ରଭାବରୁ ମୁକ୍ତ ରଖିବା ସହିତ ଗୁରୁତ୍ଵପୂର୍ଣ୍ଣ ସମୁଦ୍ର ମାର୍ଗ ପାଇଁ ନୂତନ ରଣନୀତି ତିଆରି କରାଯାଇ ପାରିବ।

ସୂଚନା ଅନୁଯାୟୀ, ଭାରତ ମାଲାବାର ଅଭ୍ୟାସ୍‌ରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିବା ଅଷ୍ଟ୍ରେଲିଆକୁ ନେଇ ସରକାରତ୍ମକ ଭାବେ ବିଚାର କରୁଛି। ଏହା ଉପରେ ଆଗାମୀ କିଛି ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ। ଏହା ଏମିତି ସମୟରେ ହେବାକୁ ଯାଉଛି ଯେବେ, ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଚରମରେ ରହିଛି। ଗତ ମାସରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଗତ ପାଞ୍ଚ ଦଶନ୍ଧିରେ ସ୍ଥିତି ସବୁଠୁ ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି।

ସୂଚନାଯୋଗ୍ୟ, ମାଲାବାର ସମରାଭ୍ୟାସ୍‌ର ଆରମ୍ଭ ୧୯୯୨ ମସିହାରେ ଭାରତ ଓ ଆମେରିକା ନୌସେନା ମଧ୍ୟରେ ହୋଇଥିଲା। ଏହା ପରେ ୨୦୧୫ରେ ଜାପାନ ଏହାର ସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଲା। ଗତ କିଛି ବର୍ଷ ହେବ ଅଷ୍ଟ୍ରେଲିଆ ମଧ୍ୟ ଏଥିରେ ସାମିଲ ହେବାକୁ ଚାହୁଁଛି। ଅନ୍ୟପକ୍ଷେ ବିଗତ ବର୍ଷରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି। ଗତ ମାସରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭର୍ଚୁଆଲ ସମିଟ୍‌ରେ ଅନେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା କରିଛନ୍ତି। ଭାରତ ପରି ଅଷ୍ଟ୍ରେଲିଆ ସହିତ ମଧ୍ୟ ଚୀନର ତିକ୍ତତା ରହିଛି।

   Related Posts