ରାତି ୨ଟାରେ ଭାଙ୍ଗିଗଲା ନିଦ, ହୋଇଗଲେ କୋଟିପତି

Published By : Prameya-News7 Bureau | January 23, 2021 IST

ବ୍ରିସ୍‌ବେନ୍‌ , ୨୩/୦୧: ଅଷ୍ଟ୍ରେଲିଆରେ ରହୁଥିବା ଜଣେ ବ୍ୟକ୍ତି ଗତ ଗୁରୁବାର ରାତିରେ ନିଦ ଲାଗିବାରୁ ଶିଘ୍ର ଶୋଇ ପଡ଼ିଥିଲେ । କିନ୍ତୁ ପାଖାପାଖି ରାତି ୨ଟା ସମୟରେ ତାଙ୍କ ନିଦ ଭାଙ୍ଗି ଯାଇଥିଲା । ଏହାପରେ ସେ ତାଙ୍କ ଇ-ମେଲ୍ ଆଡ଼େଇ ପଢ଼ୁଥିଲେ । କିନ୍ତୁ ସେ ହଠାତ୍ ସ୍ତବ୍ଧ ହୋଇଯାଇଥିଲେ । କାରଣ ସେ ଯାହା ଦେଖିଲେ ସେଥିରେ ତାଙ୍କର ନିଦ ଉଡ଼ିଯାଇଥିଲା ।

ଘଟଣା ଅନୁସାରେ ଏହି ବ୍ୟକ୍ତି ଜଣକ ବ୍ରିସ୍‌ବେନ୍‌ ର ସେଣ୍ଡଗେଟ୍ ଠାରେ ରହୁଛନ୍ତି । ତାଙ୍କର ଏକ ଟ୍ରେଡିଙ୍ଗ ବ୍ୟବସାୟ ରହିଛି । କିଛି ଦିନ ଧରି ସେ ପାୱାରବଲ୍ ନାମକ ଏକ ଲଟେରିରେ ଟଙ୍କା ଲାଗାଉଥିଲେ। କିନ୍ତୁ ସେ ଗୁରୁବାର ରାତିରେ ଏହି ଲଟେରି ଜିତିଥିବା ଇ-ମେଲ୍ ଦେଖିଥିଲେ । ଏହି ଲଟେରି ଜରିଆରେ ସେ ୧୦ ମିଲିୟନ୍ ଡଲାର୍ ଜିତିଯାଇଛନ୍ତି । ପାଖାପାଖି ଭାରତୀୟ ମୁଦ୍ରାରେ ଏହା ୭୫ କୋଟି ଟଙ୍କା ହେବ । ଏହି ଟଙ୍କା ଜିତିବା ପରେ ତାଙ୍କର ନିଦ ଉଡ଼ିଯାଇଥିଲା ।

ଏନେଇ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ସେ ୧୦ ହଜାର ଡଲାର୍ ଜିତିଥିବା ଭାବିଥିଲେ । ଏହାକୁ ନେଇ ସେ ମନେ ମନେ ଖୁସି ହୋଇଥିଲେ । କିନ୍ତୁ ସେ ଏହାଠାରୁ ବଡ଼ ମୂଲ୍ୟର ଲଟେରି ଜିତିଥିବା ଜାଣିପାରିଥିଲେ । କାରଣ ସେ ଟପ୍ ପ୍ରାଇଜ୍ ଜିତି ଥିଲେ । ଯାହାକି ୧ କୋଟି ଡଲାର ଥିଲା । ବ୍ୟକ୍ତି ଜଣକ ଟଙ୍କା ପାଇଲା ପରେ ମଧ୍ୟ ତାଙ୍କ କାମ ଜାରି ରଖିବେ ବୋଲି କହିଛନ୍ତି । ଏହି ଟଙ୍କାରେ ସେ ତାଙ୍କ ମାତା ପିତାଙ୍କ ପାଇଁ ଘର କିଣିବେ । ଏହାଛଡ଼ା ତାଙ୍କ ମନରେ ଅନେକ ଯୋଜନା ସୃଷ୍ଟି ହୋଇଛି । ସେ ତାହାକୁ ଠିକ୍‌ରେ ଭାବି ପାରୁନାହାନ୍ତି । କାରଣ ଏବେ ବି ସବୁ ତାଙ୍କୁ ସ୍ୱପ୍ନ ଭଳି ଲାଗୁଥିବା ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.