ବକ୍ସିଂ ଡେ’ ଟେଷ୍ଟ୍ : ଲଞ୍ଚ୍ ବ୍ରେକ୍ ସୁଧା ଅଷ୍ଟ୍ରେଲିଆ ୬୫/୩
26/12/2020 at 8:04 AM

ମେଲବର୍ଣ୍ଣ, ୨୬୧୨ ଶନିବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ୍ । ଏହି ବକ୍ସିଂ ଡେ ଟେଷ୍ଟରେ ଲଞ୍ଚ୍ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆ ୬୫ ରନ୍ କରିଛି । ଏହାସହ ଦଳ ତିନୋଟି ଓ୍ୱିକେଟ୍ ମଧ୍ୟ ହରାଇ ସାରିଛି ।
ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଭାରତ ଦ୍ୱିତୀୟ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି । ପ୍ରଥମ ଟେଷ୍ଟ ପରେ ଦଳକୁ ଅନେକ ସମାଲୋଚନା କରାଯାଇଥିଲା । ଫଳରେ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇଛି । ତେବେ ଦ୍ୱିତୀୟ ଟେଷ୍ଟ ପ୍ରଥମ ଇନିଂସର ଲଞ୍ଚ୍ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆ ୩ ଓ୍ୱିକେଟ୍ ହରାଇ ୬୫ ରନ୍ କରିଛି । ଟ୍ରାଭିସ୍ ହେଡ୍ ୪ ଓ ମାର୍ଣ୍ଣସ ଲାବୁସେନ ୨୬ ରନ୍ କରି ବ୍ୟାଟିଂ କରୁଛନ୍ତି ।
ମ୍ୟାଚରେ ଅଷ୍ଟ୍ରେଲିଆକୁ ଆରମ୍ଭରୁ ଝଟକା ଲାଗିଥିଲା । ଜୋ ବର୍ଣ୍ଣସ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ସେହିପରି ମାଥ୍ୟୁ ଓ୍ୱାଡେ ୩୦ ଓ ଷ୍ଟିଭ୍ ସ୍ମିଥ୍ ମଧ୍ୟ ୦ରେ ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରାହ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।