Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ରୋହିତ ଶର୍ମା ଓ ଅନ୍ୟ ୪ ଖେଳାଳିଙ୍କୁ ନେଟ୍ ପ୍ରାକ୍ଟିସ୍ ପାଇଁ ଅନୁମତି, ରହିଛି ଏହି ସର୍ତ୍ତ

4/01/2021 at 1:09 PM

ନୂଆଦିଲ୍ଲୀ ୦୪/୦୧ : ନୂଆବର୍ଷରେ ଇଣ୍ଡୋର ରେସ୍ତୋରାଁରେ ଖାଇବା ଯୋଗୁଁ ଆଇସୋଲେଟ ହୋଇଥିବା ରୋହିତ ଶର୍ମାଙ୍କ ସମେତ ୫ ଭାରତୀୟ ଖେଳାଳି ପୁରା ଟିମ ସହ ସିଡନୀ ଗସ୍ତ ରେ ଯାଇଛନ୍ତି। କିନ୍ତୁ ଟିମ୍ ସହ ଅଭ୍ୟାସ କରିବାକୁ ତାଙ୍କୁ କଡା ନିୟମ ପାଳନ କରିବାକୁ ହେବ। ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ ଗିଲ, ପୃଥ୍ବୀ ଶ’ ଓ ନବଦ୍ୱୀପ ସାଇନିଙ୍କ ବିରୋଧରେ କରୋନା ପାଇଁ ଲାଗୁ ହୋଇଥିବା ଜୈବ ନିରାପତ୍ତା ପ୍ରୋଟୋକଲ୍ ଉଲଙ୍ଘନ କରିଥିବା ମାମଲାରେ ଯାଞ୍ଚ ଜାରି ରହିଛି।

ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, ୫ ଖେଳାଳିଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରାକ୍ଟିସ୍ ସେସନ୍ ସମୟରେ ମୌଳିକ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେପରି ଖେଳାଳି ଆଇସୋଲେସନରେ ଥାଇ ମଧ୍ୟ ଟିମ ସହ ନେଟ୍ ପ୍ରାକ୍ଟିସ୍ କରିପାରିବେ। ଏକ ସୂତ୍ର ଅନୁଯାୟୀ, ଟିମ୍ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିଛି ଯେ କୌଣସି ନିୟମ ଉଲଙ୍ଘନ ହୋଇନାହିଁ ଏବଂ ଏବେ ସୁଦ୍ଧା ଏହା ପ୍ରମାଣିତ ମଧ୍ୟ ହୋଇନାହିଁ। ତେବେ ସତର୍କତା ଦୃଷ୍ଟିରୁ ୫ ଖେଳାଳିଙ୍କୁ ଟିମ୍ ସହ ମିଶିବାକୁ ବାରଣ କରାଯାଇଛି। ଯାଞ୍ଚ ପାଇଁ କୌଣସି ଟାଇମଲାଇନ୍ ସେଟ୍ କରାଯାଇନାହିଁ। ଜଣେ ବୋଲର ୧୮ ୟାର୍ଡ଼ରୁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିପାରିବେ। ଫିଲଡିଂ ସମୟରେ ମଧ୍ୟ ଦୂରତା ଅବଲମ୍ବନ କରାଯିବ।

ଏଥିରୁ ଜଣାପଡୁଛି ଯେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ନିଜ ଖେଳାଳିଙ୍କୁ ସମର୍ଥନ କରିବ କାରଣ ସାଧାରଣ ସହମତି ଅଛି ଯେ ଖେଳାଳି ଜାଣିଶୁଣି କୌଣସି ନିୟମ ଉଲଙ୍ଘନ କରିନାହାନ୍ତି। ପ୍ରୋଟୋକଲ୍ ଅନୁଯାୟୀ, ଖେଳାଳି ସାମାଜିକ ଦୂରତା ପାଳନ କରି ଆଉଟଡୋର୍ ରେସ୍ତୋରାଁରେ ଖାଇବାକୁ ଅନୁମତି ଅଛି। ମେଡିକାଲ୍ ଟିମ୍ ସହ ଆଲୋଚନା ପରେ ପୃଥକବାସ ପ୍ରୋଟୋକଲ ଲାଗୁ କରାଯାଇଛି।

   Related Posts