Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିରାଟଙ୍କୁ ବର୍ଡରଙ୍କ ପ୍ରଶଂସା : ଅଧିନାୟକ ଭାବେ ମୋ ଟିମ୍‌ରେ କୋହଲିଙ୍କୁ ନେଇ ଖେଳିବାକୁ ମୁଁ ପସନ୍ଦ କରିଥାନ୍ତି

20/11/2020 at 4:12 PM

ନୂଆଦିଲ୍ଲୀ, ୨୦।୧୧:  ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଆଲାନ ବର୍ଡର ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ଭାରତର ଆକ୍ରମଣାତ୍ମକ ବ୍ୟାଟିଂ ପଛରେ ବିରାଟଙ୍କ ହାତ ଥିବା ସେ କହିଛନ୍ତି । ଏହାସହ ଅଧିନାୟକ ଭାବେ ସେ ବିରାଟଙ୍କୁ ଗୋଟିଏ ଟିମରେ ନେଇ ଖେଳିବାକୁ ପସନ୍ଦ କରିବେ ବୋଲି ମଧ୍ୟ କହିଛନ୍ତି ।

ବର୍ଡର ଆହୁରି କହିଛନ୍ତି ଯେ, ବିରାଟଙ୍କ ପୁଅ ହେଲେ ତାକୁ ଅଷ୍ଟ୍ରେଲିଆର ନାଗରିକତ୍ୱ ମିଳିଯିବ । ଏପରି ହେଲେ ସେ ଶିଶୁ ପୁତ୍ରକୁ ଅଷ୍ଟ୍ରେଲିଆର ବୋଲି ଦାବି କରିପାରିବେ । ବର୍ଡର-ଗାଭାସ୍କର ସିରିଜକୁ ନେଇ ସେ କହିଛନ୍ତି ଯେ, କେବଳ ସେ ଜଣେ ମାତ୍ର ବ୍ୟାଟସମ୍ୟାନ୍ ଯିଏକି ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ୧୫୦ରୁ ଅଧିକ ରନ୍ କରିଥିଲେ । ଏହି ସିରିଜରେ ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା ଅଧିକ ରହିଛି । ମିଚେଲ୍ ଷ୍ଟାର୍କ, ପାଟ୍ କ୍ୟୁମିନ୍ସଙ୍କ ଭଳି ବୋଲର ଟିମ୍‌ରେ ଅଛନ୍ତି । ସେହିପରି ସ୍ମିଥ୍, ଡେଭିଡ୍ ଓ୍ୱାର୍ଣ୍ଣର ଓ ଲାବୁସେନଙ୍କ ପାଇଁ ଟିମ୍‌ର ବ୍ୟାଟିଂ ଶକ୍ତିଶାଳୀ ରହିଛି । ବିରାଟ କେବଳ ଗୋଟିଏ ଟେଷ୍ଟ ଖେଳି ଭାରତ ଫେରିଆସିବେ । ଏହା ଅଷ୍ଟ୍ରେଲିଆ ପାଇଁ ଲାଭଦାୟକ ହେବ । ଏହି ଟେଷ୍ଟକୁ ଅଷ୍ଟ୍ରେଲିଆ ୨-୧ରେ ଜିତିବାର ସମ୍ଭାବନା ରହିଛି ।

ସେ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ଖେଳାଳି ବିରାଟଙ୍କୁ ଘୃଣା କରିବାକୁ ପସନ୍ଦ କରନ୍ତି ।ସେ ଜଣେ ଖାସ୍ ଖେଳାଳି ।ବିରାଟ ସକରାତ୍ମକ ଚିନ୍ତାଧାରାରେ ବିଶ୍ୱାସ କରନ୍ତି । ତେଣୁ ବିରାଟଙ୍କର ସେ ଜଣେ ବଡ ଫ୍ୟାନ୍ । ବିରାଟ ସମସ୍ତ ଫର୍ମାଟରେ ନିଜ ମିଜାଜରେ ଖେଳିଥାନ୍ତି । ଟି୨୦, ଦିନିକିଆ ଓ ଟେଷ୍ଟରେ  ବିରାଟ ଭଲ ପ୍ରଦର୍ଶନ କରିଥାନ୍ତି । ସେ ଅଷ୍ଟ୍ରେଲିଆ ବୋଲରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିବେ ବୋଲି ସେ କହିଛନ୍ତି  ।

   Related Posts