Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଧୂଳିଝଡରେ ଅଷ୍ଟ୍ରେଲିଆ ଅସ୍ତବ୍ୟସ୍ତ, ଦେଖନ୍ତୁ କେତେ ଭୟାନକ ଥିଲା ଝଡ

20/01/2020 at 9:42 PM

ନ୍ୟୁସାଉଥ୍ ୱେଲ୍ସ : ଜଙ୍ଗଲ ପୋଡି ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା କରୁଥିବା ଅଷ୍ଟ୍ରେଲିଆ ରବିବାର ପୁଣି ଥରେ ନୂଆ ପ୍ରାକୃତିକ ବିତ୍ପାତର ସମ୍ମୁଖୀନ ହୋଇଛି। ଭୀଷଣ ଧୂଳି ଝଡ ଅଷ୍ଟ୍ରେଲିଆ ରାଜ୍ୟମାନଙ୍କରେ ବିତ୍ପାତ ରଚିଛି। ଝଡ ଯୋଗୁ ଦିନ ବି ରାତି ଭଳି ହୋଇଯାଇଥିଲା । ନ୍ୟୁସାଉଥ୍ ୱେଲ୍ସ ସହର ନିକଟବର୍ତ୍ତି ଅଞ୍ଚଳମାନଙ୍କରେ ଭାରି ଧୁଳିଝଡ ହୋଇଛି। ପାକର୍ସ ସହରରେ ଘଣ୍ଟାପ୍ରତି ୯୪ କିଲୋମିଟର ବେଗରେ ପବନ ସହ ଧୂଳିଝଡ ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି।

କେତେକ ସ୍ଥାନ ଧୂଳିଝଡ ସହ ବର୍ଷାର ବି ସୂଚନା ମିଳିଛି। ଏଥିରେ ନ୍ୟୁ ସାଉଥୱେଲ୍ସ ର ମଧ୍ୟ, ଉତ୍ତର ଓ ପୂର୍ବ ଭାଗରେ ବର୍ଷା ରେକର୍ଡ କରାଯାଇଛି। ଏଥିରେ ଭିକ୍ଟୋରିଆରେ ସର୍ବାଧିକ ୫୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଝଡ ଯୋଗୁ ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗିଥିବା ବେଳେ ବଡବଡ ଗଛ ଉପୁଡି ରାସ୍ତାରେ ପଡିବା ଯୋଗୁ ଗମନା ଗମନ ଓ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଥିବା ଭିକ୍ଟୋରିଆ ବିପର୍ଯ୍ୟୟ ପ୍ରଶମନମନ୍ତ୍ରୀ ଲିସା ନେବିଲ କହିଛନ୍ତି।

ଧୂଳିଝଡନେଇ ପାଣିପାଗ ବିଭାଗଙ୍କ  ଆଶଙ୍କାକୁ ଦେଖି ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ନିମନ୍ତେ ସତର୍କ କରାଯାଇଥିଲା। ତେବେ  ଝଡରେ ନେରୋମାଇନ ସହର ଗୁରୁତର ପ୍ରଭାବିତ ହୋଇଥିବା ଜଣାପଡିଛି।

   Related Posts