Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ, ସ୍ମିଥ-ୱାର୍ଣ୍ଣରଙ୍କ ସହ ଭାରତୀୟ ବଂଶୋଦ୍ଭବ ଖେଳାଳି ସାମିଲ

17/05/2021 at 4:17 PM

ନୂଆଦିଲ୍ଲୀ,୧୭।୫: ଚଳିତ ବର୍ଷ ଜୁଲାଇ ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ଓ ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି l ସମୁଦାୟ ତେଇଶି ଜଣ ଏହି ଟୁର ପାଇଁ ସାମିଲ ହୋଇଛନ୍ତି l ଏହି ଦଳରେ ଏପରି ଆଠ ଜଣଙ୍କୁ ସ୍ଥାନ ମିଳିଛି ଯେଉଁମାନେ କି ମାର୍ଚ୍ଚ ମାସରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି ସିରିଜରେ ଖେଳିବାକୁ ସୁଯୋଗ ପାଇନଥିଲେ l ଏଥିସହିତ ଟିମରେ ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣରଙ୍କୁ ମଧ୍ୟ ସାମିଲ କରାଯାଇଛି l
ୱେଷ୍ଟ ଇଣ୍ଡିଜ ଟୁର ପାଇଁ ଅଷ୍ଟ୍ରେଲିଆ ତିନି ଜଣ ଲେଗ ସ୍ପିନରଙ୍କୁ ସାମିଲ କରିଛି l ଏଥିରେ ସ୍ୱିପସନ, ଏଡମ ଜାମ୍ପା ଏବଂ ତନବିର ସଂଘା ସ୍ଥାନ ପାଇଛନ୍ତି l ସଂଘା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଦଳ ସହ ଯାଇଥିଲେ l କିନ୍ତୁ ତାଙ୍କୁ ଖେଳିବାକୁ ଚାନ୍ସ ମିଳିନଥିଲା l ସେ ଅଷ୍ଟ୍ରେଲିଆ କ୍ରିକେଟ ଟିମରେ ଚୟନ ହୋଇଥିବା ଦ୍ଵିତୀୟ ଭାରତୀୟ ମୂଳ ଖେଳାଳି l
ତାନବୀରଙ୍କ ପୂର୍ବରୁ ଦୁଇହାଜର ପନ୍ଦର ମସିହାରେ ଗୁରିନ୍ଦ୍ର ସିନ୍ଧୁ ମଧ୍ୟ ଅଷ୍ଟ୍ରେଲିଆ ଦଳ ପାଇଁ ଚୟନ ହୋଇଥିଲେ l ତେବେ ଅଷ୍ଟ୍ରେଲିଆ କ୍ରିକେଟର ଜାତୀୟ ଚୟନକର୍ତ୍ତା ଟ୍ୱେ୍ୱର ହୋନ୍ସ ଏନେଇ କହିଛନ୍ତି ଯେ, ଆମର ଫୋକସ ଏହି ବର୍ଷ ଭାରତରେ ଆୟୋଜନ ହେବାକୁ ଥିବା ଟି ଟ୍ୱେଣ୍ଟି ବିଶ୍ୱକପ l ଏଥିପାଇଁ ତିନି ଲେଗ ସ୍ପିନରଙ୍କ ସହିତ ଜଣେ ଫିଙ୍ଗର ସ୍ପିନରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି l

   Related Posts