Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ : ଭାରତୀୟ ବ୍ୟାଟିଂ ବାହିନୀ ଉପରେ ଭାରି ପଡିପାରେ କଙ୍ଗାରୁ ପେସ ଆଟାକ୍

13/11/2020 at 6:55 PM

ନୂଆଦିଲ୍ଲୀ ୧୩/୧୧ : ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ  ଟିମ ଘୋଷଣା କରିଛି ଅଷ୍ଟ୍ରେଲିଆ । ତେବେ ଅଷ୍ଟ୍ରେଲିଆ ର ଆକ୍ରମଣାତ୍ମକ ବୋଲିଂବାହିନୀକୁ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଟିମରେ ସାମିଲ ହୋଇଥିବା ୪ ଜଣିଆ ପେସବାହିନୀ ଭାରତକୁ ଧରାଶୟୀ କରିବାରେ ବେଶ ସହାୟକ ହେବ । ଅଷ୍ଟ୍ରେଲିଆ ଟେଷ୍ଟ ଟିମରେ ଜୋସ ହେଜେଲଉଡ, ପ୍ୟାଟ୍ କମିନ୍ସ୍, ମିଚଲେ ଷ୍ଟାର୍କ ପୂର୍ବରୁ ତାଙ୍କର ଦମଦାର ବୋଲିଂ ପ୍ରଦର୍ଶନ ଦେଖାଇସାରିଛନ୍ତି । ତେବେ​‌ ବର୍ତ୍ତମାନ ୪ର୍ଥ ପେସ ବୋଲର ଭାବେ ଦଳରେ ସାମିଲ ହୋଇଛନ୍ତି ଜେମ୍ସ ପାଟିନସନ୍ ।

ଆଇପିଏଲ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ ରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ଟି-ଟ୍ବେଣ୍ଟି ପରେ ଦିନିକିଆ ଏବଂ ତା ପରେ ଟେଷ୍ଟ ସିରିଜ ଖେଳିବ ଭାରତ । ତେବେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଭାରତ ପାଇଁ ବେଶ ଚ୍ୟାଲେଞ୍ଜିଂ ରହିବ । ପୂର୍ବଥର ଭାରତ ୨-୧ରେ ଟେଷ୍ଟ ସିରିଜ୍ ହାତେଇ ୭୦ ବର୍ଷ ପରେ ନୂଆ ରେକର୍ଡ କରିଥିଲା । କିନ୍ତୁ ସେତେବେଳେ ଡେଭିଡ ଓ୍ବାର୍ଣ୍ଣର ଏବଂ ଷ୍ଟେଭ୍ ସ୍ମିଥ ଦଳର ସାମିଲ ନଥିଲେ । ଗତଥର ସିରିଜ ଆରମ୍ଭ ପୂର୍ବରୁ ଭାଗ୍ୟ ଭାରତର ସାଥ ଦେଇଥିଲା କିନ୍ତୁ ଏଥର ଭାରତ ପାଇଁ ସେତେଟା ସହଜ ହୋଇନପାରେ । କାରଣ ପିତା ହେବାକୁ ଯାଉଥିବାରୁ ଅଧିନାୟକ ବିରାଟ କୋହଲି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମାତ୍ର ଗୋଟିଏ ଟେଷ୍ଟ ଖେଳି ଭାରତ ପ୍ରତ୍ୟାବର୍ତ୍ତନ କରିବେ । ସେଥିପାଇଁ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ବେଶ ମଜଭୁତ ଜଣାପଡୁଛି ।

୧୨ ନଭେମ୍ବରରେ ଅଷ୍ଟ୍ରେଲିଆ ତାର ୧୭ ଜଣିଆ ଟେଷ୍ଟ ସ୍କ୍ବାର୍ଡ ଘୋଷଣା କରିଛି । ଯେଉଁଥିରେ ୪ ଜଣିଆ ବୋଲିଂ ଆଟାକ୍ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବେଶ ପ୍ରଭାବିତ କରିପାରିବେ । ହେଜେଲଉଡ-କମିନ୍ସ୍-ଷ୍ଟାର୍କ ଯୋଡି ଗତ ସିଜିନରେ ମୋଟ ୨୧ ଇନିଂସରେ ୪୦ ଓ୍ବିକେଟ୍ ନେଇଥିଲେ । ଅନ୍ୟପଟେ ସେହି ସିରିଜରେ ବୁମରାହ-ଶାମୀ-ଇଶାନ୍ତ ଯୋଡି ୨୨ ଇନିଂସରେ ୪୮ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । କଙ୍ଗାରୁ ଟିମରେ ସ୍ପିନ୍ ଆଟାକ୍ ସମ୍ଭାଳିବେ ସଫଳ ବୋଲର ନାଥାନ ଲାୟନ । ସେହିଭଳି ଭାରତ ପକ୍ଷରୁ ସ୍ପିନ୍ ଆଟାକରେ ଅଛନ୍ତି ଅଶ୍ବିନ-ଜାଡେଜା-କୁଲଦୀପ ଯୋଡି ।

   Related Posts