Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କରୋନା ପାଇଁ ଅଷ୍ଟ୍ରେଲିଆର ବଡ ପଦକ୍ଷେପ: ୧୦୦ ବର୍ଷ ପରେ ପ୍ରଥମ ଥର ଦୁଇ ବଡ ରାଜ୍ୟର ସୀମା ସିଲ୍

6/07/2020 at 9:38 PM

ନୂଆଦିଲ୍ଲୀ ୦୬।୦୭: ମେଲବର୍ଣ୍ଣ ସହରରେ କରୋନା ଭାଇରସ୍‌ର ପ୍ରକୋପ ବଢିବା ପରେ ଅଷ୍ଟ୍ରେଲିଆର ସବୁଠୁ ବଡ ଦୁଇଟି ଜନସଂଖ୍ୟାବହୁଳ ରାଜ୍ୟର ସୀମାକୁ ମଙ୍ଗଳବାର ଅନିଶ୍ଚିକାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହି ନିଷ୍ପତ୍ତି ସୋମବାର ନିଆଯାଇଛି। ଫଳରେ ଦୀର୍ଘ ୧୦୦ ବର୍ଷ ପରେ ପ୍ରଥମ ଥର ଦେଶର ବଡ ସହର ଭିକ୍ଟୋରିଆ ଓ ନ୍ୟୁ ସାଉଥ ଓ୍ଵେଲ୍ସ ମଧ୍ୟରେ ଥିବା ବର୍ଡରକୁ  ବନ୍ଦ କରି ଦିଆଯାଇଛି। ଶେଷ ଥର ସ୍ପାନିସ ଫ୍ଲୁ ପାଇଁ ଏହି ବର୍ଡରକୁ ୧୯୧୯ରେ ବନ୍ଦ କରାଯାଇଥିଲା।

ଭିକ୍ଟୋରିଆ ପ୍ରିମିୟର ଡାନିଏଲ ଆଣ୍ଡ୍ର୍ୟୁସ ମେଲବର୍ଣ୍ଣରେ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ହେଉଛି ସ୍ମାର୍ଟ କଲ, ସଠିକ୍ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ପଦକ୍ଷେପ ଅଷ୍ଟ୍ରେଲିଆର ଆର୍ଥିକ ସୁଧାର ପାଇଁ ବହୁତ ବଡ ଝଟକା। କାରଣ ଦେଶ ତିନି ଦଶନ୍ଧିରେ ପ୍ରଥମ ଥର ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି।

ଅଷ୍ଟ୍ରେଲିଆର ରାଜଧାନୀ ମେଲବର୍ଣ୍ଣରେ  ନିକଟ ଦିନରେ ଉଦ୍‌ବେଗଜନକ ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ପ୍ରଶାସନିକ ଅଧିକାରୀ ୩୦ ଟାଉନରେ ସାମାଜିକ ନିୟମ ପାଳନ କରିବା କଠୋର ଆଦେଶ ଜାରି କରିଛନ୍ତି। ନଅଟି ସାର୍ବଜନୀନ ହାଉସିଂ ଟାଓ୍ଵାରରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ କୁହାଯାଇଛି।

ଗତ ରାତିରେ ରାଜ୍ୟରେ ନୂତନ ୧୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପରଠୁ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦୁଇ ଜଣଙ୍କ ପ୍ରାଣହାନୀ ମଧ୍ୟ ଘଟିଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି।

   Related Posts