ପୁଣି ଲାଗିପାରେ ଜଙ୍ଗଲରେ ନିଆଁ : କାନବେରାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
1/02/2020 at 5:32 PM

କାନବେରା ୧/୨: ଅଷ୍ଟେଲିଆର ଜଙ୍ଗଲରେ ନିଆଁର ଭୟ ଏବେ ଯାଏ ଥମି ନାହିଁ ବରଂ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବିପଦକୁ ଆଖି ଆଗରେ ରଖି କାନବେରାରେ ଜରୁରୀକାଳିନ ପରିସ୍ଥିତି ଘୋଷିତ ହୋଇଛି।

କାନବେରାର ମୁଖ୍ୟମନ୍ତ୍ରୀ ଏଠାରେ ଜରୁରୀକାଳିନ ପରିସ୍ଥିତି ଘୋଷିତ କରିଛନ୍ତି। ନିଆଁ ଯୋଗୁଁ ଏଠାରେ ଅତ୍ୟଧିକ ଗରମ,ପବନ ଏବଂ ଶୁଷ୍କ ମାଟି କାନବେରାର ଦକ୍ଷିଣ ଉପନଗରରେ ବିପଦ ସମ୍ଭାବନା ବଢ଼ାଇ ଦେଇଛି।

ଗତ ସେପ୍ଟେମ୍ବରରେ ଅଷ୍ଟେଲିଆର ଜଙ୍ଗଲରେ ନିଆଁ ଲାଗିଥିବାରୁ ଏହି ଦେଶର ଅନ୍ୟ ରାଜ୍ୟରେ ଜନଜୀବନ ପ୍ରଭାବିତ ହୋଇଛି। ୧୦୦କୋଟିରୁ ଅଧିକ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଛି। ଏବଂ ଏବେ ସୁଦ୍ଧା ୩୦ଜଣଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନିଆଁ ଯୋଗୁଁ ହଜାର ହଜାର ଘର ପୋଡ଼ି ପାଉଁଶ ହୋଇଯାଇଛି।

ଅଷ୍ଟେଲିଆରେ ନିଆଁର ଲହରୀ ଜାରି ରହିଛି ଏବଂ ଏହା ବଢ଼ିବାର ଆଶଙ୍କା ବଢ଼ିଯାଇଛି। ଏଠାରେ ତାପମାତ୍ରା କ୍ରମାଗତଭାବେ ବଢ଼ିବାକୁ ଲାଗିଛି ଏବଂ ପବନର ବେଗ ବଢ଼ିଯାଇଛି।