ମୋହାଲି ୧୧|୩ : ଆଷ୍ଟନ ଟର୍ଣ୍ଣିରଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ।୫ ଟିକିଆ ଦିନିକିଆରେ ଅଷ୍ଟ୍ରେଲିଆ ଶେଷ ଦୁଇଟି ମ୍ୟାଚ୍ ଜିତିବାରୁ ସିରିଜ୍ ଏବେ ୨-୨ରେ ବରାବର ରହିଛି। ସିରିଜର ନିର୍ଣ୍ଣାୟକ ମ୍ୟାଚ ଦିଲ୍ଲୀର ଫିରୋଜ ସା କୋଟଲା ଷ୍ଟାଡିୟମରେ ଖେଳାଯିବ। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୫୮ ରନ କରିଥିଲା। ଅଷ୍ଟ୍ରେଲିଆ ଆଗରେ ୩୫୯ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୩ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ହାଣ୍ଡସକମ ଶତକ ହାସଲ କରିଥିବାବେଳେ ଟର୍ଣ୍ଣର ମ୍ୟାଜ ଜିତାଉ ପାରି ଖେଳିଥିଲେ। ଭାରତ ପକ୍ଷରୁ ଶିଖର ଧାୱନ ଦିନିକିଆ କ୍ୟାରିୟରର ୧୬ତମ ଶତକ ହାସଲ କରିଥିଲେ ।
ଶାହ ଫୁଙ୍କିଲେ ରଣତୂରୀ, ସୋନପୁରକୁ ପ୍ରଥମେ କାହିଁକି ବ...