ପର୍ଥ ଟେଷ୍ଟରେ ହାରିଲା ଭାରତ ; ୧୪୬ ରନ୍ରେ ଟିମ୍ ଇଣ୍ଡିଆକୁ ହରାଇଲା ଅଷ୍ଟ୍ରେଲିଆ
18/12/2018 at 2:12 PM

ପର୍ଥ ୧୮|୧୨: ପର୍ଥ ଟେଷ୍ଟରେ ହାରିଲା ଭାରତ । ୧୪୬ ରନ୍ ରେ ଟିମ୍ ଇଣ୍ଡିଆକୁ ହରାଇଲା ଅଷ୍ଟ୍ରେଲିଆ । ସିରିଜ ୧-୧ ବରାବର । ଭାରତ ସମ୍ମୁଖରେ ୨୮୭ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ଥିଲେ ବି ଚତୁର୍ଥ ଦିନ ଶେଷ ସୁଦ୍ଧା ଦଳ ୫ ୱିକେଟ୍ ହରାଇ ୧୧୨ ରନ୍ ସଂଗ୍ରହ କରିଛି। ୫ମ ଦିନ ଖେଳ ଆରମ୍ଭରୁ ଭାରତକୁ ପୁଣି ଝଟକା ଲାଗିଛି। ଭାରତର ଶେଷ ବ୍ୟାଟସମ୍ୟାନ୍ ଯୋଡ଼ି ହନୁମା ବିହାରୀ ଏବଂ ଋଷଭ ପନ୍ତ ୫ମ ଦିନ ଖେଳ ଆରମ୍ଭ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମନା କରିବାରେ ବିଫଳ ହୋଇଥିଲେ । ଗତକାଲିର ରନ୍ରେ ଆଉ ମାତ୍ର ୭ରନ ଯୋଡ଼ିଥିବା ବେଳେ ବ୍ୟକ୍ତିଗତ ଭାବେ ୨୮ ରନ୍ କରି ହନୁମା ବିହାରୀ ଷ୍ଟାର୍କଙ୍କ ଶିକାର ହୋଇଛନ୍ତି। ଷ୍ଟାର୍କ ହନୁମା ବିହାରୀଙ୍କୁ ହାରିସଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରି ଦ୍ୱିତୀୟ ଇନିଙ୍ଗସରେ ଭାରତର ୬ଷ୍ଠ ଓ୍ଵିକେଟର ପତନ ଘଟାଇବା ସହିତ ଭାରତକୁ ପରାଜୟ ଆଡକୁ ନେଇଯାଇଥିଲା।