ଭାରତର ଜ୍ୱାଇଁ ହେବେ ମ୍ୟାକ୍ସଓ୍ୱେଲ୍, ଏହି ଯୁବତୀଙ୍କ ସହ ଭାରତୀୟ ପରମ୍ପରାରେ କଲେ ନିର୍ବନ୍ଧ
15/03/2020 at 5:25 PM

ନୂଆଦିଲ୍ଲୀ, ୧୫|୦୩: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ ଗ୍ଲେନ୍ ମାକ୍ସଓ୍ୱେଲ୍ ପୁଣି ଥରେ ନିର୍ବନ୍ଧ କରିଛନ୍ତି। ତାଙ୍କର ଭାରତୀୟ ବଂଶୋଦ୍ଭବ ବିନି ରମନଙ୍କ ସହ ଭାରତୀୟ ପରମ୍ପରା ଅନୁସାରେ ନିର୍ବନ୍ଧ ହୋଇଛି। ଏହି ବିସ୍ଫୋରକ ବ୍ୟାଟସମ୍ୟାନ ଗତ ମାସରେ ରମନଙ୍କ ସହ ନିର୍ବନ୍ଧ କରିଥିଲେ ମଧ୍ୟ ଏବେ ଭାରତୀୟ ପରମ୍ପରା ଅନୁସାରେ ପୁଣି ନିର୍ବନ୍ଧ କରିଛନ୍ତି।

ନିର୍ବନ୍ଧ ପରେ ମାକ୍ସଓ୍ୱେଲଙ୍କ ବାନ୍ଧବୀ ରମନ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି। ସେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଗତ ରାତ୍ରରେ ସେ ଓ ମାକ୍ସଓ୍ୱେଲଙ୍କ ମଧ୍ୟରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଏଥିରେ ସେମାନଙ୍କର ବନ୍ଧୁ ଓ ପରିବାର ଲୋକେ ସାମିଲ ହୋଇଥିଲେ। ମ୍ୟାକ୍ସଓ୍ୱେଲ ନୀଳ ରଙ୍ଗର ଏକ ସେରଓ୍ୱାନୀ ପିନ୍ଧିଥିଲେ। ସେହିପରି ରମନ କଳା ରଙ୍ଗର ଏକ ଲେହେଙ୍ଗା ପରିଧାନ କରିଥିଲେ। ଏଥିରେ ଉଭୟ ଖୁବ ସୁନ୍ଦର ନଜର ଆସୁଥିଲେ।

ଫେବ୍ରୁଆରୀରେ ମ୍ୟାକ୍ସଓ୍ୱେଲ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ। ସେ ଓ ରମନ ଅତିଶୀଘ୍ର ବିବାହ ବନ୍ଧରେ ଆବଦ୍ଧ ହେବେ ବୋଲି ସେ କହିଥିଲେ। ସେ ହେଉଛନ୍ତି ଦ୍ୱିତୀୟ ଅଷ୍ଟ୍ରେଲିଆ ଖେଳାଳି ଯିଏ ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ବୋଲର ସନ୍ ଟେଟ୍ ମଧ୍ୟ ଭାରତୀୟ ମହିଲାଙ୍କୁ ବିବାହ କରିଛନ୍ତି।
