Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭାରତରୁ ଯାଉଥିବା ଲୋକଙ୍କ ଏଣ୍ଟ୍ରି ଉପରେ ରୋକ୍ ଲଗାଇଲେ ଅଷ୍ଟ୍ରେଲିଆ ସରକାର, ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍‌

1/05/2021 at 8:00 PM

ନୂଆଦିଲ୍ଲୀ ୧/୫:  ଭାରତରେ ସଂକ୍ରମଣକୁ ଦେଖି ଅଷ୍ଟ୍ରେଲିଆ ସରକାରଙ୍କ ବିନ୍ଧିଲାଣି ମୁଣ୍ଡ। ଭାରତରୁ ଫେରୁଥିବା ନିଜର ଲୋକଙ୍କ ଏଣ୍ଟ୍ରି ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି ସରକାର। ଯଦି ସରକାରଙ୍କ ନିୟମ ନମାନି ସ୍ବଦେଶ ଫେରିବାକୁ ଚେଷ୍ଟା କରନ୍ତି ତେବେ ଅମାନିଆଙ୍କୁ ୫ ବର୍ଷ ଜେଲ ସାଙ୍ଗକୁ ୬୬ ହଜାର ଅଷ୍ଟ୍ରେଲିଆ ଡଲାର ଦେବାକୁ ପଡ଼ିବ। ସିଡନୀରୁ ପ୍ରକାଶିତ ହେରାଲ୍ଡ ଖବରକାଗଜ ଅନୁସାରେ ଭାରତରେ ଏବେ ପାଖାପଖି ୯ ହଜାର ଅଷ୍ଟ୍ରେଲିଆ ନାଗରିକ ଅଛନ୍ତି।

ସରକାରଙ୍କ ନିୟମ ସମସ୍ତ ନାଗରିକଙ୍କ ପାଇଁ ଲାଗୁ ହେବ ଯେଉଁମାନେ ୧୪ ଦିନ ମଧ୍ୟରେ ଭାରତରେ ଥିଲେ ଏବଂ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି। ୯ ହଜାର ଅଷ୍ଟ୍ରେଲିଆ ଲୋକ ଭାରତରେ ଥିବା ବେଳେ ୬୦୦ ଜଣଙ୍କୁ ଅସୁରିକ୍ଷିତ ଭାବେ ବର୍ଗୀକୃତ କରାଯାଇଛି। ଅଷ୍ଟ୍ରେଲିଆ ମନ୍ତ୍ରୀମଣ୍ଡଳ ବୈଠକ ପରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିଜର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି।

ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ନିଜ ଦେଶରେ ସଂକ୍ରମଣ ଭୟକୁ ଦେଖି ଅଷ୍ଟ୍ରେଲିଆ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଭାରତରେ ସଂକ୍ରମଣ ଏବଂ ବିଦେଶରୁ ଅଷ୍ଟ୍ରେଲିଆ ଆସୁଥିବା ଯାତ୍ରୀ ଏବଂ ଏକାନ୍ତବାସରେ ଥିବା ଲୋକଙ୍କ ଅନୁପାତକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍‌ ହଣ୍ଟ କହିଛନ୍ତି।

ଅଷ୍ଟ୍ରେଲିଆ ବ୍ରଡକାଷ୍ଟିଂ କର୍ପୋରେସନ୍‌ (ଏବିସି)  ଅନୁସାରେ ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍‌ ହୋଇପାରେ କିମ୍ବା ୬୬ ହଜାର ଅଷ୍ଟ୍ରେଲିଆ ଡଲାର ଜରିମାନା ଦେବାକୁ ପଡ଼ିପାରେ । ନଚେତ ଉଭୟ ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି ଅମାନିଆ।

   Related Posts