ଭାରତ ବିରୋଧରେ ୱାନଡେ ସିରିଜ୍ ଲାଗି ବଦଳିଲା ଅଷ୍ଟ୍ରେଲିଆ ଟିମ୍, ଏବୋଟ୍‌ଙ୍କ ଜାଗାରେ ଖେଳିବେ ଡାର୍ସି ସର୍ଟ

Published By : Prameya-News7 Bureau | December 30, 2019 IST

ମେଲବର୍ଣ୍ଣ : ଅଷ୍ଟ୍ରେଲିଆ ଆଗାମୀ ଭାରତ ଗସ୍ତ ଲାଗି ସୋମବାର ଏକଦିବସୀୟ ଟିମ୍ ଘୋଷଣା କରିଛି। ଏଥିରେ ଆଘାତ ଜନିତ କାରଣରୁ ଦ୍ରୁତ ବୋଲର ସିନ୍ ଏବୋଟଙ୍କୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଡାର୍ସି ସର୍ଟ ଖେଳିବେ। ଆଗାମୀ ଜାନୁୟାରୀ ୧୪ରୁ ଅଷ୍ଟ୍ରେଲିଆର ଭାରତ ଟୁର ଆରମ୍ଭ ହେବ। ଜାନୁୟାରୀ ୧୪ ତାରିଖ ଦିନ ପ୍ରଥମ ୱାନଡେ ମୁମ୍ବାଇରେ ଖେଳାଯିବ।

{"id":204611,"sizeSlug":"large"}

୩ଟି ୱାନଡେ ସିରିଜର ବାକି ଦୁଇଟି ମ୍ୟାଚ୍‌ ରାଜକୋଟ୍ ଓ ବେଙ୍ଗାଲୁରରେ ଖେଳାଯିବ। ଏବୋଟ୍ ଗତ ବିଗବେସ୍ ଲିଗ୍ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏଥିଯୋଗୁ ସେ ଭାରତ ଗସ୍ତରୁ ବାଦ ପଡିଛନ୍ତି। ତେବେ ଏବୋଟଙ୍କ ସ୍ଥାନରେ କେହି ଦ୍ରୁତ ବୋଲର ଟିମ୍‌ରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଡାର୍ସିଙ୍କୁ ଚୟନ କରିଛି। ଡାର୍ସି ଜଣେ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ସାଙ୍ଗକୁ ସ୍ପିନ ବୋଲର ବି ।

{"id":204612,"sizeSlug":"large"}

ଅଷ୍ଟ୍ରେଲିଆ ଲାଗି ଡାର୍ସି ୪ଟି ୱାନଡେ ଖେଳିଛନ୍ତି। ଏଥିରେ ୨୬.୬୬ ହାରରେ ୮୩ ରନ୍ କରିଥିଲେ। ସେ ମଧ୍ୟକ୍ରମରେ ବ୍ୟାଟିଂ କରିବେ ଓ ପୂର୍ବ ପରି ଫିଞ୍ଚ ଓ ୱାର୍ଣ୍ଣର ଓପ୍ନିଂ କରିବେ। ୨୦୧୯ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଭାରତ ଭ୍ରମଣରେ ଆସିଥିଲା। ସେତେବେଳେ ୩-୨ରେ ସିରିଜ୍ ଜିତି ଭାରତକୁ ଝଟକା ଦେଇଥିଲା। ତେବେ ଆଷ୍ଟ୍ରେଲିଆର ଆଗାମୀ ଗସ୍ତରେ ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ମଧ୍ୟ ଟିମ୍‌ରେ ନୂଆକରି ସାମିଲ ହୋଇଛନ୍ତି। ଭାରତ ଗସ୍ତ ଲାଗି ନିର୍ଦ୍ଧାରିତ ଅଷ୍ଟ୍ରେଲିଆ ଟିମ୍ ଏପରି ହେବ ।

wp:html /wp:html

ଏରୋନ ଫିଞ୍ଚ (କ୍ୟାପ୍ଟେନ), ଡାର୍ସି ସର୍ଟ, ଏଷ୍ଟନ ଏଗର, ଏଲେକ୍ସ କେରୀ (ୱିକେଟ୍ କିପର), ପେଟ କମିନସ୍‌, ପିଟର ହେଣ୍ଡସକମ୍ବ, ଜୋସ୍ ହେଜଲଉଡ୍, ମାର୍ନସ୍ ଲାବୁଛାନେ, କ୍ରେନ ରିଚାର୍ଡସନ, ଷ୍ଟିୱନ ସ୍ମିଥ, ମିଶେଲ ଷ୍ଟାର୍କ, ଏଷ୍ଟନ ଟର୍ଣ୍ଣର, ଡେଭିଡ୍ ୱାର୍ଣ୍ଣର ଓ ଏଡମ ଜାମ୍ପା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.