Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପରେ ଏବେ ଚୀନ ଉପରେ ଚାପ ପକାଇଲା ଅଷ୍ଟ୍ରେଲିଆ, କହିଲା ଅନ୍ତରାଷ୍ଟ୍ରୀୟ ତଦନ୍ତ ହେଉ

19/04/2020 at 10:29 PM

ନୂଆଦିଲ୍ଲୀ, ୧୯।୦୪: ନୋଭେଲ୍ କରୋନା ଭାଇରସ୍‌ ମହାମାରୀ ନେଇ ଚୀନ ଉପରେ ଚାରି ଆଡୁ ଚାପ ବଢିବାରେ ଲାଗିଛି । ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ପରେ ଏବେ ଅଷ୍ଟ୍ରେଲିଆ ଚୀନର ଆଭିମୁଖ୍ୟ ଉପରେ ଆଙ୍ଗୁଳି ଉଠାଇଛି । କରୋନା ଭାଇରସ୍‌‌ର ମୁକାବିଲା ପ୍ରସଙ୍ଗରେ ଚୀନ ଉପରେ ଚାପ ପକାଇ ଅଷ୍ଟ୍ରେଲିଆ ରବିବାର ଡ୍ରାଗନର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛି । ଏହା ସହିତ ଭାଇରସ୍‌‌ର ଉତ୍ପତ୍ତି ସ୍ଥଳ ଏବଂ କେମିତି ବ୍ୟାପିଲା ଏହି ଘଟଣାର ଅନ୍ତରାଷ୍ଟ୍ରୀୟ ଯାଞ୍ଚର ଦାବି କରିଛି। କରୋନା ଭାଇରସ୍‌‌ରେ ସମଗ୍ର ବିଶ୍ୱର ୨୧୦ର ପ୍ରାୟ ୨୩ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁରେ ୧ ଲକ୍ଷ ୬୦ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି ।

ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିଜ ପାୟନେ କହିଛନ୍ତି ଯେ, ଚୀନର ପାରଦର୍ଶିତାକୁ ନେଇ ସେ ଚିନ୍ତିତ। ଗଣମାଧ୍ୟମ  ସହ ଆଲୋଚନା ବେଳେ ସେ କହିଛନ୍ତି କରୋନା ଭାଇରସ୍‌ ପ୍ରସଙ୍ଗରେ ସ୍ୱତନ୍ତ୍ର ତଦନ୍ତ କରାଯିବା ଉଚିତ୍ । ସଂପ୍ରତି ଏହା ସବୁଠୁ ମହତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ମଧ୍ୟ ଦାବି କରିବ ଯେ, କରୋନା ସମ୍ବନ୍ଧରେ ଗଭୀର ଯାଞ୍ଚ କରାଯାଉ।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆରେ ରବିବାର ୫୩ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅଷ୍ଟ୍ରେଲିଆ ନିଜର ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଣାଳୀ ଉପରେ ବୋଝ ପଡିବା ପୂର୍ବରୁ ମହାମାରୀକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬,୫୮୬ ରେ ପହଁଚିଛି । ଏହି ମହାମାରୀରେ ଅଷ୍ଟ୍ରେଲିଆରେ ୭୧ ଜଣଙ୍କ ପ୍ରାଣହାନୀ ଘଟି ସାରିଛି । ନୂତନ ମାମଲାର ବୃଦ୍ଧି ହାର କ୍ରମାଗତ ସାତ ଦିନ ହେବ ୧ ପ୍ରତିଶତ ତଳେ ରହିଛି, ଯାହା ଅନ୍ୟ ଦେଶ ତୂଳନାରେ ବହୁତ କମ ।

   Related Posts