ସିଡନୀ ଟେଷ୍ଟ : ପ୍ରଥମ ଇନିଂସରେ କଙ୍ଗାରୁ ୩୩୮ରେ ଅଲ୍‌ଆଉଟ୍‌, ଜାଡେଜାଙ୍କ ଖାତାରେ ୪ଓ୍ୱିକେଟ୍‌

Published By : Prameya-News7 Bureau | January 08, 2021 IST

ସିଡ୍‌ନୀ ୦୮।୦୧ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି । ସିଡ୍‌ନୀ ଗ୍ରାଉଣ୍ଡରେ ୪ଟିକିଆ ସିରିଜ୍‌ର ୩ମ୍ୟାଚ୍‌ ଖେଳ ଜାରି ରହିଛି । ଆଜି ତୃତୀୟ ଟେଷ୍ଟର ୨ଦିନର ଖେଳ । ତେବେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୩୩୮ରନ୍‌ରେ ଅଲଆଉଟ ହୋଇଛି । ଦଳ ପକ୍ଷରୁ ସ୍ମିଥ୍‌ ସର୍ବାଧିକ ୧୩୧ରନ କରିବାର ସମର୍ଥ ହୋଇଛନ୍ତି ।

ଟସ୍‌ ଜିତି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍‌  ୨ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ତେବେ ଆଜି ମ୍ୟାଚ୍‌ର ୨ୟ ଦିନ ଖେଳ ଆରମ୍ଭ ହୋଇଥିଲା । ଅଷ୍ଟେଲିଆ ଦଳ ମୋଟ ୧୦୫.୪ ଓଭର ଖେଳି ସମସ୍ତ ଓ୍ୱିକେଟ୍‌ ହରାଇ ୩୩୮ ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଷ୍ଟିଭେନ୍‌ ସ୍ମିଥ୍‌ ସର୍ବାଧିକ ୧୩୧ରନ୍‌ କରିଥିବା ବେଳେ ଓ୍ୱିଲ୍‌ ସୁକୋଭିସ୍କ ୬୨ରନ୍‌, ଲାବୁସେନ ୯୧ରନ୍‌, ଓ୍ୱାଡେ ୧୩, ଓ୍ୱାର୍ଣ୍ମର ୫ରନ, ଷ୍ଟାର୍କ ୨୪ରନ୍, ପେନ୍‌ ୧ରନ୍‌ କରିଛନ୍ତି । ସେହିପରି କଙ୍ଗାରୁ ଟିମ୍‌ର ନେଥନ ଲାୟନ, ପ୍ୟାଟ୍‌ କମିନସ, ଗ୍ରୀନ ନିଜର ଖାତା ଖୋଲିପାରିନାହାନ୍ତି ।

ସେହିପରି ପ୍ରଥମ ଇନିଂସ ୨ଦିନରେ ଭାରତୀୟ ବୋଲର ପ୍ରଭାବ ଦେଖିବାକୁ ମିଳିଛି । ଟିମ୍‌ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ  ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଜସପ୍ରୀତ ବୁମ୍‌ରାହ ୨ଟି, ମହମ୍ମଦ ସିରାଜ ଗୋଟିଏ , ନଭଦୀପ ସାଇନି ୨ଟି ଓ୍ୱିକେଟ୍ ‌ନେଇଛନ୍ତି । ପୂର୍ବ ୨ଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ଘାତକ ସାଜିଥିବା ଅଶ୍ୱିନୀଙ୍କ ଖାତାରେ କୌଣସି ଓ୍ୱିକେଟ ପଡିନାହିଁ ।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୩୩୮ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ ଟିମ୍‌ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି । ଦଳ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ଓପନର ଭାବେ ପଡିଆକୁ ଓହ୍ଲାଇଛନ୍ତି । ରୋହିତ ଶର୍ମା ୭ରନ୍‌ ଓ ଶୁଭମନ ଗିଲ୍‌ ୧୩ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି । ଟିମ୍‌ ଇଣ୍ଡିଆ ୫.୨ଓଭର ଖେଳ ଶେଷ ସୁଦ୍ଧା କୌଣସି ଓ୍ୱିକେଟ୍ ନହରାଇ ୨୧ ରନ୍‌ ସଂଗ୍ରହ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.