ବାଥରୁମ୍ରେ ଗାଧୋଉଥିବା ବେଳେ ଛାତ ସିଲିଂ ଫଟାଇ ପସିଆସିଲା ଏକ ଅଜବ ହାତ, ଡରିଗଲେ ଯୁବକ, ଭାଇରାଲ ହେଉଛି ଫଟୋ
8/01/2021 at 8:56 PM

ନୂଆଦିଲ୍ଲୀ ୦୮/୦୧ : ଅନେକ ସମୟରେ ଆମେ ଆମ ଚାରିପାଖରେ ଅଜବ ଜିନିଷ ଦେଖିଥାଉ ଯାହାକି ଆଶ୍ଚର୍ଯ୍ୟାନ୍ବିତ କରିଥାଏ । ବିଭିନ୍ନ ସ୍ଥାନରେ ଅଜବ ଜୀବଜନ୍ତୁମାନେ ମଧ୍ୟ ଦେଖାଯାଆନ୍ତି ଯାହାକୁକି ବୈଜ୍ଞାନିକମାନେ ମଧ୍ୟ ଅନୁସନ୍ଧାନ କରିପାରନ୍ତି ନାହିଁ । ଏପରି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।
ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ । ଜଣେ ବ୍ୟକ୍ତି ନିଜ ବାଥରୁମରେ ଏକ ଅଜବ ଜୀବକୁ ଦେଖି ଚିହିକି ଉଠିଥିଲେ । ବାଥରୁମ୍ର ସିଲିଂରୁ ବଡ ବଡ ନଖ ଏବଂ ଲୋମଥିବା ଏକ ଅଜବ ଜୀବ ଦେଖିବାକୁ ପାଇଥିଲେ । ଫ୍ରାଙ୍ଗେଲିସା ନାମକ ଜଣେ ବ୍ୟକ୍ତି ନିଜ ବାଥରୁମକୁ ଯାଇଥିବା ବେଳେ ଏଭଳି ଏକ ବିଚିତ୍ର ଜୀବ ଦେଖିଥିଲେ । ଏହାକୁ ଦେଖିବା ପରେ ତାଙ୍କୁ ହରର ଫିଲ୍ମର ଦୃଶ୍ୟ ଭଳି ଲାଗିଥିଲା ।
ଏହା ପରେ ଯୁବକଜଣକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋଟି ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ୟୁଜର ବିଭିନ୍ନ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏହା ଏକ ଅଷ୍ଟ୍ରେଲୀୟ ଜୀବ ହୋଇଥାଇପାରେ ଏବଂ ଏହାକୁ ପେସ୍କି କ୍ରିଟର ବୋଲି କୁହଯାଏ । ଏହାକୁ ସେଠାରୁ ତୁରନ୍ତ ମୁକ୍ତ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଉକ୍ତ ସିଲିଂରେ ମଧ୍ୟରେ ଗୋଟିଏ ଆଲୋକ ଲଗାଇଦିଅନ୍ତୁ, ସେହି ଜୀବଟି ବାହାରକୁ ବାହାରିଆସିବ । କାରଣ ରାତ୍ରିଚର ପଶୁ ହୋଇଥିବାରୁ ସେମାନେ ଉଜ୍ଜ୍ୱଳ ଆଲୋକକୁ ଭୟ କରନ୍ତି ।