ଆସୁଛି ଆଉ ଏକ ଚନ୍ଦ୍ରଗ୍ରହଣ : ଗ୍ରହଣରେ ଏହି ଖାସ୍ କାମ କରିବା ଦ୍ୱାରା ମିଳିଥାଏ ଲକ୍ଷ ଗୁଣ ଶୁଭଫଳ

Published By : Prameya-News7 Bureau | June 29, 2020 IST

ଭୁବନେଶ୍ୱର ୨୯/୦୬ : ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ଜୁଲାଇ ୫ ତାରିଖରେ ଲାଗିବ | ଏହି ଗ୍ରହଣକୁ ସୂତକ ମାନ୍ୟ ନୁହେଁ | ଏହା ଭାରତ ସମେତ ଦକ୍ଷିଣ ଆଫ୍ରିକାର କିଛି ସ୍ଥାନ, ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ | ଚଳିତ ବର୍ଷ ୬ଟି ଗ୍ରହଣ ଲାଗିବ | ସେଥିରୁ ଜାନୁଆରୀ ୧୦, ଜୁନ ୫ ତାରିଖରେ ୩ଟି ଗ୍ରହଣ ଲାଗି ସାରିଛି | ଆଗାମୀ ଗ୍ରହଣ ଜୁଲାଇ ୫ ତାରିଖରେ ଲାଗିବ | ଏହାକୁ ସୂତକ ମାନ୍ୟ କରାଯାଇନାହିଁ ଅର୍ଥାତ କୌଣସି ପ୍ରକାର ଶୁଭ କାର୍ଯ୍ୟ ବର୍ଜିତ ନୁହେଁ | ପୂଜା ପାଠ, ଭୋଜନ ଇତ୍ୟାଦି କରାଯିବ | କିନ୍ତୁ ତଥାପି ସଂଯମ ରଖିବା ଏବଂ ନିୟମ ପାଳନ କରିବା ଆବଶ୍ୟକ | ଗ୍ରହଣରେ କେଉଁ କେଉଁ କାମ କଲେ ଶୁଭଫଳ ମିଳିଥାଏ ଜାଣନ୍ତୁ |

{"id":293300,"sizeSlug":"large"}

ଚନ୍ଦ୍ର ଗ୍ରହଣ ଲାଗିବା ପୂର୍ବରୁ ନିତ୍ୟକର୍ମ ସାରି ଶ୍ରଦ୍ଧାର ସହିତ ଭଗବାନଙ୍କୁ ଆରାଧନା କରିବା ଉଚିତ | ଚନ୍ଦ୍ର ଗ୍ରହଣ ସମୟରେ ଜାତକର ଗୁରୁମନ୍ତ୍ର, ଇଷ୍ଟମନ୍ତ୍ର କିମ୍ବା ଭଗବାନଙ୍କ ନାଁ ଜପ କରିବା ଉଚିତ | ଏଭଳି କରିବା ଦ୍ୱାରା ସକାରାତ୍ମକ ଉର୍ଜା ଉତ୍ପର୍ଣ୍ଣ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ |

ଚନ୍ଦ୍ର ଗ୍ରହଣ ସମୟରେ ଗାଈକୁ ମିଠା ଖୁଆଇବା ଉଚିତ | ଏହାସହ ପଶୁପକ୍ଷୀଙ୍କୁ ଦାନା ଏବଂ ଅବଶକୀୟ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଉଚିତ | ଏହା ଅନେକ ଗୁଣ ପୁଣ୍ୟ ଫଳ ପ୍ରଦାନ କରିଥାଏ |

{"id":293302,"sizeSlug":"large"}

ଗ୍ରହଣ ସମୟରେ ସବୁ ଜିନିଷ ଅଶୁଦ୍ଧ ହୋଇଯାଇଥାଏ | ସେଥିପାଇଁ ଗ୍ରହଣ ସମୟରେ ବ୍ୟବହାର ହୋଇଥିବା ଜିନିଷ ତଥା ବସ୍ତ୍ର ଆଦି ସଫା କରିବା ଉଚିତ | ଗ୍ରହଣ ପରେ ନିଏ ମଧ୍ୟ ସ୍ନାନ କରି ଘର ସଫା କରିବା ଉଚିତ |

{"id":293310,"width":585,"height":389,"sizeSlug":"large"}

ଚନ୍ଦ୍ର ଗ୍ରହଣର ମହିମା ବଖାଣି ରୁଷି ବେଦବ୍ୟାସ ଅମୃତ ବଚନ କହିଥିଲେ | ସେ କହିଥିଲେ ଯେ ଚନ୍ଦ୍ର ଗ୍ରହଣ ସମୟରେ କରାଯାଇଥିବା ପୁଣ୍ୟ କର୍ମ ଯେପରିକି ଜପ, ଧ୍ୟାନ ଆଦି ଏକ ଲକ୍ଷ ଗୁଣ ଅଧିକ ଫଳ ପ୍ରଦାନ କରିଥାଏ | ସୂର୍ଯ୍ୟ ପରାଗରେ ପୁଣ୍ୟ କର୍ମର ଫଳ ୧୦ ଲକ୍ଷ ଗୁଣ ଅଧିକ ମିଳିଥାଏ |  

{"id":293307,"sizeSlug":"large"}

(ବି:ଦ୍ର: ଉପରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ | ଅନୁସରଣ କରିବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ |)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.