Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

୧୫ ବର୍ଷ ପରେ ଅକ୍ଷୟ ତୃତୀୟାରେ ଏଥର ବିରଳ ଯୋଗ : କେଉଁ ମୁହୂର୍ତ୍ତରେ ସୁନା କିଣିଲେ ଶୁଭ, ଜାଣନ୍ତୁ

30/04/2019 at 4:00 PM

ଭୁବନେଶ୍ୱର ୩୦/୪ : ହିନ୍ଦୁ ଧର୍ମ ଅନୁଯାୟୀ, ବୈଶାଖ ମାସ ଶୁକ୍ଳ ପକ୍ଷ ତିଥି ତୃତୀୟାରେ ଅକ୍ଷୟ ତୃତୀୟା ପାଳନ କରାଯାଏ | ହିନ୍ଦୁଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ମହତ୍ଵପୁର୍ଣ ଦିନ | ଅକ୍ଷୟ ତୃତୀୟା ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିଶ୍ୱାସ ରହିଛି | ଅକ୍ଷୟ ତୃତୀୟା ପାଇଁ ପଶ୍ଚିମବଙ୍ଗ ସିଲିଗୁଡିରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି | ଏହି ଦିନ ସୁନା ରୂପା କିଣିବା ସହ ବିବାହ, ବ୍ରତ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ ଆଦି ଶୁଭ କାମ କରାଯାଇଥାଏ |


ଚଳିତ ବର୍ଷ ଅକ୍ଷୟ ତୃତୀୟା ବହୁତ ଶୁଭ ବୋଲି କୁହାଯାଉଛି | କାରଣ ୧୫ ବର୍ଷ ପରେ ଏହିଭଳି ଏକ ସର୍ବସିଦ୍ଧି ମୁହୂର୍ତ୍ତ ଆସିଛି | ଏହି ଦିନ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ପାଞ୍ଜି ଦେଖିବା ଦରକାର ନାହିଁ | ସୂର୍ଯ୍ୟ, ଶୁକ୍ର ଚନ୍ଦ୍ର ଓ ରାହୁ ଏହି ଦିନ ନିଜ ନିଜ ଉଚ୍ଚ ରାଶିରେ ପ୍ରବେଶ କରିବେ | ସେଥିପାଇଁ ଏହି ଦିନ ଦୁର୍ଲଭ ସଂଯୋଗ ବୋଲି କହିଛନ୍ତି ପଣ୍ଡିତ ଯଶୋଧର ଝା | ଚଳିତ ଅକ୍ଷୟ ତୃତୀୟା ଦୀପାବଳି ସହ ସମାନ | ସେଥିପାଇଁ ଏହି ଦିନ ସୁନା କିଣିବା ବହୁତ ଶୁଭ ହୋଇଥାଏ | ଏହି ଦିନ ମା ଲକ୍ଷ୍ମୀ ଏବଂ ଶ୍ରୀଗଣେଶଙ୍କ ରୂପା ମୂର୍ତ୍ତି ଆଣି ଘରେ ଥିବା ଠାକୁର ଘର କିମ୍ବା ମନ୍ଦିରରେ ସ୍ଥାପନ କଲେ ଜୀବନ ସାରା ଧନ ସମ୍ପତ୍ତିର ଅଭାବ ହୋଇନଥାଏ |


ମେ ୭ ତାରିଖ ମଙ୍ଗଳବାର ଦିନ ପଡୁଛି ଅକ୍ଷୟ ତୃତୀୟା | ସେହିଦିନ ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ମଧ୍ୟ ପଡୁଛି | ଭଗବାନ ପର୍ଶୁରାମ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଜନ୍ମ ହୋଇଥିଲେ | ଆଜି ମଧ୍ୟ ପର୍ଶୁରାମ ଜୀବିତ ବୋଲି ବିଶ୍ୱାସ ରହିଛି | କଳିଯୁଗରେ ଏମିତି ୮ଜଣ ଚିରଞ୍ଜିବୀ ଦେବତା ଏବଂ ମହାପୁରୁଷ ଅଛନ୍ତି ଯେଉଁମାନେ ଅମର ବୋଲି ବିଶ୍ୱାସ ରହିଛି |


ସ୍କନ୍ଦ ପୁରାଣ ଏବଂ ଭବିଷ୍ୟ ପୁରାଣ ଅନୁଯାୟୀ, ଭଗବାନ ପର୍ଶୁରାମଙ୍କ ଜନ୍ମ ଭୃଗୁଶ୍ରେଷ୍ଠ ମହର୍ଷି କ୍ଷରା ପୁତ୍ରେଷ୍ଟି ଯଜ୍ଞରେ ପ୍ରସନ୍ନ ହୋଇ ଦେବରାଜ ଇନ୍ଦ୍ରଙ୍କ ବରଦାନ ସ୍ୱରୂପ ରେଣୁକାଙ୍କ ଗର୍ଭରୁ ହୋଇଥିଲା |


ଅକ୍ଷୟ ତୃତୀୟା ଦିନ ସୁନା ଓ ରୂପା କିଣିବା ଶୁଭ ପଛରେ ୪ଟି ପୌରାଣିକ ଯୁକ୍ତି ରହିଛି | ଏହି ଦିନ ସୁନା କିଣି ଘରକୁ ଆଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ସୁନାର ତୁଳନା ସୂର୍ଯ୍ୟଙ୍କ ସହ କରାଯାଇଥାଏ | ଅକ୍ଷୟ ତୃତୀୟା ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଇଥାଏ | ଏହି ଦିନ ସୂର୍ଯ୍ୟଦେବଙ୍କ ପ୍ରଖର କିରଣ ପୃଥିବୀପୃଷ୍ଠରେ ପଡିଥାଏ | ସେଥିପାଇଁ ଏହି ଦିନ ସୁନା କିଣିବା ଶକ୍ତିର ପ୍ରତୀକ ବୋଲି ବିଚାର କରାଯାଏ |


ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ :
ଭୋର ୫ଟା ୪୦ ମିନିଟରୁ ଦିନ ୧୨ଟା ୧୭ ମିନିଟ ମଧ୍ୟରେ ପୂଜା କରିବା ଉଚିତ | ସୁନା କିଣିବା ପାଇଁ ଶୁଭ ବେଳ ହେଲା ସକାଳ ୬ଟା ୨୬ ମିନିଟରୁ ରାତି ୧୧ଟା ୪୭ ମିନିଟ | ଏହି ସମୟ ମଧ୍ୟରେ ସୁନା କିଣିଲେ ଅତ୍ୟନ୍ତ ଶୁଭ |

   Related Posts