Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସମ୍ମାନ ରଖି ପାରିଲାନି ଓ୍ବେଷ୍ଟଇଣ୍ଡିଜ: ଶେଷ ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆର ସହଜ ବିଜୟ, ଓ୍ବାର୍ଣ୍ଣର ଏବଂ ମାର୍ସଙ୍କ ଅର୍ଦ୍ଧଶତକ

6/11/2021 at 7:01 PM

ଆବୁଧାବୀ ୦୬/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ବାହିନୀ। ପ୍ରଥମେ ବ୍ୟାଟିଂ ପରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା ଓ୍ବେଷ୍ଟଇଣ୍ଡିଜ । ଜବାବରେ ୧୬.୨ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଅଧିନାୟକ ଆରୋନ୍‌ ଫିଞ୍ଚ ୯ରନ କରି ସହଳ ଆଉଟ ହୋଇଥିଲେ ସୁଦ୍ଧା ଡେଭିଡ୍‌ ଓ୍ବାର୍ଣ୍ଣର କମାଲ କରିଛନ୍ତି । ବିସ୍ଫୋରକ ବ୍ୟାଟିଂକରି ୫୬ ବଲ ଖେଳି ୯ ଚୌକା ଏବଂ ୪ ଛକା ସହାୟତାରେ ୮୯ ରନ କରି ଅପରାଜିତ ଅଛନ୍ତି ଡେଭିଡ୍‌ ଓ୍ବାର୍ଣ୍ଣର । ମିଚେଲ ମାର୍ସ ୩୨ ବଲ ଖେଳି ୫ ଚୌକା ଏବଂ ୨ଛକା ସହାୟତାରେ ୫୩ରନକରି ଆଉଟ ହୋଇଛନ୍ତି । ଗ୍ଲେନ୍‌ ମାକ୍ସଓ୍ବେଲ ୦ ରନ କରି ଅପରାଜିତ ଅଛନ୍ତି । ଏହି ବିଜୟ ସହ ଅଷ୍ଟ୍ରେଲିଆ ୮ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।

ଇଣ୍ଡିଜର ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଆକେଲ ହୋସେନ ୪ ଓଭରରେ ୨୯ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଡ୍ବେନ୍‌ ବ୍ରାଭୋ ୪ ଓଭରରେ ୩୬ରନ, ରୋଷ୍ଟନ୍‌ ଚେଜ୍‌ ୧.୨ ଓଭରରେ ୧୭ ରନ, ଜେସନ୍‌ ହୋଲଡର ୨ ଓଭରରେ ୨୬ରନ ଦେଇଛନ୍ତି । ସେହିଭଳି ହେଡେନ୍‌ ଓ୍ବାଲସ୍‌ ୨ ଓଭରରେ ୧୮ରନ, ରସେଲ ୨ ଓଭରରେ ୨୫ରନ ଏବଂ କ୍ରିସ୍ ଗେଲ ୧ ଓଭରରେ ୭ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

୫ ମ୍ୟାଚ ଖେଳି ଓ୍ବେଷ୍ଟଇଣ୍ଡିଜ ମାତ୍ର ଗୋଟିଏରେ ହିଁ ବିଜୟୀ ହେବାରେ ସକ୍ଷମ ହୋଇଛି । କେବଳ ବାଂଲାଦେଶକୁ ଛାଡି ଗ୍ରୁପ-୧ରେ ଥିବା ଅନ୍ୟ ସମସ୍ତ ଦଳଙ୍କ ଠାରୁ ପରାଜିତ ହୋଇଛି ଇଣ୍ଡିଜ୍ । ଯାହା ଫଳରେ ଦଳ ମାତ୍ର ୨ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହି ନିଜର ବିଶ୍ବକପ ଅଭିଯାନ ଶେଷ କରିଛି ।

   Related Posts