ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦ : ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲୁ

Published By : Prameya-News7 Bureau | December 08, 2020 IST

ସିଡନୀ  ୦୮|୧୨ : ମଙ୍ଗଳବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି୨୦ ମୁକାବିଲା ଖେଳାଯିବ । ଭାରତ  ପ୍ରଥମ ଓ ଦ୍ୱିତୀୟ ମ୍ୟାଚ୍‌ରେ ଦମଦାର ବିଜୟ କରିବା ପରେ ସିରିଜ୍‌ କବ୍‌ଜା କରିସାରିଛି । ତେବେ ଆଜିର ମ୍ୟାଚ୍‌ ଜିତି ସିରିଜ କ୍ଲିନ୍‌ ସ୍ୱିପ ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ । ମଙ୍ଗଳବାର ଦିନ ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ ।

ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜର ପ୍ରଥମ ୨ ଟି ମ୍ୟାଚ୍‌ ଭାରତ ଲଗାତର ଜିତିଛି । ଯାହାଫଳରେ କି ଟି-୨୦ ସିରିଜ୍‌କୁ କବ୍‌ଜା କରିଛି ମେନ୍‌ ଇନ୍‌ ବ୍ଲୁ । ତେବେ ଲଗାତର ଭାବେ ଭାରତ ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିବା ପରେ ମଙ୍ଗଳବାର ମ୍ୟାଚ୍‌କୁ ହାଲ୍‌କା ଭାବେ ନେବ ନାହିଁ । ଭାରତ ଯଦି ତୃତୀୟ ମ୍ୟାଚ୍‌ ଜିତେ, ତେବେ ଅଷ୍ଟ୍ରେଲିଆରେ ଟି-୨୦ ସିରିଜି ମୂଳପୋଛ କରିବାର ସୁଯୋଗ ରହିଛି ।

ବୋଲିଂ ବିଭାଗରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ଟି ନଟରାଜନଙ୍କ ଶୃଙ୍ଖଳିତ ବୋଲିଂ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ନିୟମିତ ୟର୍କର ପକାଇବାର କ୍ଷମତା ତାଙ୍କ ପାଖରେ ଅଛି। ପ୍ରଥମ ୨ଟି ମ୍ୟାଚ୍‌ରେ ସେ ୫ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ତୃତୀୟ ଟି୨୦ରେ ସେ ଆହୁରି ଘାତକ ବୋଲିଂ କରିପାରନ୍ତି।

ତୃତୀୟ ଟି-୨୦ ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆରୋନ୍‌ ଫିଞ୍ଚ । ତେବେ ଅଷ୍ଟ୍ରେଲିଆ ଏକାଦଶରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ, ଆରୋନ ଫିଞ୍ଚ, ସ୍ମିଥ୍‌, ଜି. ମାକ୍ସଓ୍ୱେଲ୍‌, ଏମ୍‌. ହେନେରିକ୍ସ, ଡି. ସର୍ଟ, ଡି. ସାମ୍ସ, ଏସ.ଆବୋଟ୍‌, ଏ.ଟାଏ, ଏମ୍‌.ସ୍ୱେପ୍‌ସନ୍‌, ଏ.ଜାମ୍‌ପା, ମାଥ୍ୟୁ ଓ୍ୱାଡେ

ସେହିପରି ଭାରତୀୟ ଏକାଦଶରେ ସ୍ଥାନ ପାଇଥିବା ଖେଳାଳି- ଶିଖର ଧାଓ୍ୱନ, କେଲ୍‌ ରାହୁଲ, ବିରାଟ କୋହଲି, ଶ୍ରେୟସ୍‌ ଆୟର, ସଞ୍ଜୁ ସାମ୍‌ସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ସର୍ଦ୍ଦୁଲ ଠାକୁର, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ଟି. ନଟରାଜନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.