Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଟି-୨୦ ବିଶ୍ବକପ ସେମି ଫାଇନାଲ : ରିଜଓ୍ବାନ ଏବଂ ଫକର ଜମାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆକୁ ବିଜୟ ଲକ୍ଷ୍ୟ…

11/11/2021 at 9:16 PM

ଦୁବାଇ ୧୧/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୬ ରନ ସଂଗ୍ରହ କରିଛି ପାକିସ୍ତାନ । ଓପନର ମହମ୍ମଦ ରିଜଓ୍ବାନ ଏବଂ ଫକର୍ ଜମାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି । କଙ୍ଗାରୁ ଟିମକୁ ଫାଇାନଲକୁ ପ୍ରବେଶ କରିବାକୁ ହେଲେ ୧୭୭ ରନ କରିବାକୁ ହେବ ।

ପାକିସ୍ତାନ ପକ୍ଷରୁ ଓପନର ମହମ୍ମଦ ରିଜଓ୍ବାନ ଏବଂ ବାବର ଆଜମ ଆରମ୍ଭରୁ ହିଁ ବଡ ସଟ୍‌ ଖେଳି ସ୍କୋରକୁ ଆଗକୁ ବଢାଇଥିଲେ । ରିଜଓ୍ବାନ ୩ ଚୌକା ଏବଂ ୪ ଛକା ସହାୟତାରେ ୬୭ରନ କରି ଆଉଟ ହୋଇଥିବା ବେଳେ, ବାବର ଆଜମ ୩୯ରନ, ଆସିଫ୍‌ ଅଲ୍ଲୀ ୦ ରନ, ସୋଏବ ମାଲିକ ୧ ରନ କରି ଆଉଟ ହୋଇଛନ୍ତି । ଫକର ଜମାନ ୫୫ରନ ଏବଂ ସୋଏବ ମାଲିକ ୧ ରନ କରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଓଭରରେ ୩୮ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଜୋସ ହେଜେଲଉଡ୍‌ ୪ ଓଭରରେ ୪୯ରନ, ଗ୍ଲେନ୍‌ ମାକ୍ସଓ୍ବେଲ ୩ ଓଭରରେ ୨୦ରନ, ପ୍ୟାଟ୍‌ କମିନ୍ସ ୪ ଓଭରରେ ୩୦ରନ ଦେଇ ୧ ଓ୍ବିକେଟ, ଆଡାମ ଜାମ୍ପା ୪ ଓଭରରେ ୨୨ରନ ଦେଇ ୧ ଓ୍ବିକେଟ ଏବଂ ମିଚେଳ ମାର୍ସ ୧ ଓଭର ବୋଲିଂ କରି ୧୧ ରନ ଦେଇଛନ୍ତି ।

   Related Posts