Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟି-୨୦ ବିଶ୍ବକପ : କଙ୍ଗାରୁ ଟିମର ଘାତକ ବୋଲିଂରେ ଫେଲ ମାରିଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆକୁ ବିଜୟ ଲକ୍ଷ୍ୟ ୧୧୯

23/10/2021 at 5:14 PM

ଦୁବାଇ ୨୩/୧୦ : ଆରମ୍ଭ ହୋଇଯାଇଛି ଟି-୧୦ ବିଶ୍ବକପ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ । ଉଦଘାଯନି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ ସଂଗ୍ରହ କରିଛି ସାଉଥ୍‌ ଆଫ୍ରିକା । ଫଳରେ ଅଷ୍ଟ୍ରେଲିଆକୁ ସହଜ ୧୧୯ ରନର ବିଜୟ ଲକ୍ଷ୍ୟ ମିଳିଛି ।

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ କଙ୍ଗାରୁ ବୋଲିଂ ଆଗରେ ପ୍ରଥମରୁ ହିଁ ଫେଲ ମାରିଥି​‌ଲେ । ହାତ ଖୋଲା ସଟ୍‌ ଖେଳିବାରେ ଅସମର୍ଥ ହୋଇଥିଲେ ଏସ୍‌ଏ ବ୍ୟାଟ୍ସମ୍ୟାନ । ଯାହା ଫଳରେ ବଡ ସ୍କୋର କରିବାରେ ସକ୍ଷମ ହୋଇନି ଦଳ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ତେମ୍ବା ବାଭୁମା ଏବଂ କ୍ବିଣ୍ଟନ୍‌ ଡି କକ୍ ନିରାଶ କରିଥିଲେ । ଟେମ୍ବା ୧୨ ରନ କରି ଆଉଟ ହୋଇଥିବା ବେଳେ ଡି କକ୍ ୭ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାନ୍‌ ଡର୍‌ ଡୁସେନ୍ ୨ରନ କରି ଆଉଟ ହୋଇଛନ୍ତି । ଆଡେନ୍‌ ମାର୍କରମ୍‌ ୪୦ ରନ କରି ଦଳର ସମ୍ମାନ ରକ୍ଷା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହେନ୍‌ରିଚ୍‌ କାସେନ୍‌ ୧୩, ଡେଭିଡ୍‌ ମିଲର ୧୬, ଡ୍ବାଇନ୍‌ ପ୍ରିଟୋରିଅସ୍‌ ୧, ଏନ୍‌ରିଚ୍‌ ନୋର୍ଟଜେ ୨ ରନ, କେଶବ ମହାରାଜ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । କାଗିସୋ ରାବାଡା ୧୯ ରନ ଏବଂ ତାବରେଜ୍ ସାମସୀ ୦ ରନକରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆର ବୋଲରମାନେ ଚମତ୍କାର ବୋଲିଂ କରିଛନ୍ତି । ଦଳ ପକ୍ଷରୁ ଗ୍ଲେନ୍‌ ମାକ୍ସଓ୍ବେଲ ୪ ଓଭରରେ ୨୪ ରନ ଦେଇ ୧ ଓ୍ବିକେଟ ନେଇଥିବା ବେ​‌ଳେ, ଜୋସ୍‌ ହେଜେଲଉଡ ୪ ଓଭରରେ ୧୯ ରନ ୨ ଓ୍ବିକେଟ୍, ପ୍ୟାଟ୍‌ କମିନ୍ସ ୪ ଓଭରରେ ୧୭ ରନ ୧ ଓ୍ବିକେଟ, ଆଡାମ ଜାମ୍ପା ୪ ଓଭରରେ ୨୧ ରନଦେଇ ୨ଟି ଓ୍ବିକେଟ ନେଇଛନ୍ତି । ମିଚେଲ୍‌ ଷ୍ଟାର୍କ ୪ ଓଭରରେ ୩୨ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି ।

   Related Posts