ଔରଙ୍ଗାବାଦ ଘଟଣା: ୩୬ କି.ମି ଚାଲିବା ପରେ ଟ୍ରାକ ଉପରେ ନେଇଥିଲେ ବିଶ୍ରାମ, ଚଢି ଚାଲିଗଲା ମାଲବାହୀ ଟ୍ରେନ୍

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮।୦୫: କରୋନା ଭାଇରସ୍‌ର ପ୍ରକୋପ, ଲକ୍‌ଡାଉନ୍‌ର ପ୍ରଭାବରେ ସବୁ ଠପ୍ ହେବାର ଅଧିକ ପ୍ରଭାବ ଗରିବ ଶ୍ରମିକଙ୍କ ଉପରେ ପଡିଛି। ଲକ୍‌ଡାଉନ୍‌ କାରଣରୁ କାମ ବନ୍ଦ ହେବାରୁ ଲକ୍ଷାଧିକ ଶ୍ରମିକ ଯେଉଁଠି ଥିଲେ, ସେଠି ଫଶି ଯାଇଥିଲେ। କିଛି ଲୋକ ଅଧିକ ଦିନ ରହିନପାରିବାରୁ ଚାଲି ଚାଲି ଘର ଅଭିମୁଖେ ବାହାରିଲେ। ଏହି ପରି ୧୬ ଜଣ ଶ୍ରମିକ ଚାଲି ଚାଲି ଘରକୁ ପହଞ୍ଚିବା ଆଶା ନେଇ ବାହାରିଥିଲେ। କିନ୍ତୁ ଗୋଟଏ ଦୁର୍ଘଟଣାରେ ସଭିଙ୍କ ପ୍ରାଣ ଚାଲିଗଲା।

ମହାରାଷ୍ଟ୍ରର ଔରଙ୍ଗାବାଦରେ ବଦନାପୁର-କରମାଡ ରେଲଓ୍ଵେ ଷ୍ଟେସନ୍ ନିକଟରେ ଶୁକ୍ରବାର ସକାଳେ ମାଲଗାଡିର ଧକ୍କାରେ ଏହି ୧୬ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମ ଜୀବୀ ଆହତ ହୋଇଛନ୍ତି।

{"id":266684,"sizeSlug":"large"}

ଭାରତୀୟ ରେଲଓ୍ଵେ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଶ୍ରମଜୀବୀଙ୍କ ମୃତ୍ୟୁ ଘଟିଛି ସେମାନେ  ସମସ୍ତ ମଧ୍ୟ ପ୍ରଦେଶର ରାଜ୍ୟର ବାସିନ୍ଦା। ମହାରାଷ୍ଟ୍ରର ଜାଲନାରେ ଏସଆରଜି କମ୍ପାନୀରେ କାମ କରୁଥିଲେ। ମେ ୫ରେ ସମସ୍ତ ଶ୍ରମିକ ଜାଲନାରୁ ନିଜ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସମସ୍ତେ ରାସ୍ତାରେ ଆସୁଥିଲେ, ମାତ୍ର ଔରଙ୍ଗାବାଦ ପାଖେଇବାରୁ ସେମାନେ ରେଲଓ୍ଵେ ଟ୍ରାକରେ ଚାଲିବା ଆରମ୍ଭ କଲେ।

ପ୍ରାୟ ୩୬ କି.ମି. ଚାଲିବା ପରେ ସମସ୍ତ ଶ୍ରମିକ ଥକି ପଡିଥିଲେ ଏବଂ ବିଶ୍ରାମ ନେବା ପାଇଁ ଟ୍ରାକ୍ ନିକଟରେ ଶୋଇ ପଡିଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣ ଟ୍ରାକ୍ ଉପରେ ଶୋଇ ପଡିଲେ। ବାକି ଶ୍ରମିକ ଟ୍ରାକରୁ କିଛି ଦୂରରେ ଶୋଇଥିଲେ। ଟ୍ରାକରେ ଶୋଇଥିବା ସମସ୍ତ ୧୬ ଜଣଙ୍କ ମୃତ୍ୟୁ ଘଟିଛି।  ବାକି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":266685,"sizeSlug":"large"}

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୪ରେ ଲକ୍‌ଡାଉନ୍‌ ଘୋଷଣା ପରେ ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟରେ କାମ କରୁଥିବା ଜାଗାରେ ଫସି ଯାଇଥିଲେ। ଏହା ପରେ ଅନେକ ଶ୍ରମିକ ଶତାଧିକ କିମି ପାଦରେ ଚାଲି ଘରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ଅନେକ ଚାଲି ଚାଲି ବାହାରିଥିଲେ ଏବଂ ଆଉ କିଛି ସରକାରୀ ବ୍ୟବସ୍ଥା ଅପେକ୍ଷାରେ ଥିଲେ।

ଏହି ଦୁର୍ଘଟଣା ପରେ ରେଲଓ୍ଵେ ମନ୍ତ୍ରଣାଳୟ ତଦନ୍ତ ଆଦେଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମସ୍ତ ମୃତକଙ୍କ ପରିବାର ପ୍ରତି ୫-୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.