ଓରା ଟ୍ରାନ୍ସମିଡିଆର ପ୍ରଥମ ଗୀତ 'ୟାଦୋଁ କା ୟେ ଜାହାଁ'…୨୭ରେ ରିଲିଜ୍ ହେବ ଋତୁରାଜଙ୍କ କଣ୍ଠରେ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର, ୨୫|୦୫: ଓରା ଟ୍ରାନ୍ସମିଡିଆ ”ବିଭିନ୍ନ ମିଡିଆ ପ୍ଲାଟଫର୍ମରେ କାମ କରେ । ଇଭେଣ୍ଟସ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ଠାରୁ ଆରମ୍ଭ କରି ମ୍ୟୁଜିକ୍ ଆର୍ଟିଷ୍ଟ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ, ଓରା ଟ୍ରାନ୍ସମିଡିଆ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ନିଜକୁ ଏକ ପ୍ରଗତିଶୀଳ ମନୋରଞ୍ଜନକାରୀ ସଂସ୍ଥା ଭାବରେ ପ୍ରମାଣିତ କରିପାରିଛି ।

ଏହାର ପ୍ରତିଷ୍ଠାତା ସମିତ ପଟ୍ଟନାୟକ ଜଣେ ଉତ୍ସାହୀ ଟ୍ରାଭେଲ୍ ବ୍ଲଗର୍, ଗୀତିକାର ଏବଂ ସଙ୍ଗୀତପ୍ରେମୀ । ସଙ୍ଗୀତ ପ୍ରତି ତାଙ୍କର ଥିବା ଅତ୍ୟଧିକ ଉତ୍ସାହ ସ୍ୱରୂପ ଓରା ମ୍ୟୁଜିକ୍ ପ୍ରଡକ୍ସନ୍ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଭର୍ଟିକାଲ୍ ଆରମ୍ଭ ହୋଇଥିଲା । ଏହା ଆଧୁନିକ ଯୁଗର  ପ୍ରତିଭାମାନଙ୍କୁ ସେମାନଙ୍କ ଗୀତକୁ ପ୍ରୋତ୍ସାହନ ଦେବ । ଫଳରେ ଯୁବ ପ୍ରତିଭାମାନେ ସେମାନଙ୍କ ଲକ୍ଷପଥରେ ପହଁଚିପାରିବେ ।

ଓରା ଟ୍ରାନ୍ସମିଡିଆଲ ଲକ୍ଷ୍ୟ ହେଲା ଯେ, ନୂଆ ପ୍ରତିଭାଙ୍କ ମଧ୍ୟରେ ସହଯୋଗ ସ୍ଥାପନ କରିବା । ପ୍ରଥମ ବର୍ଷ ଅତି କମରେ ୨୦ରୁ ୨୫ ଗୀତ ରିଲିଜ୍ କରିବା ଓ ସର୍ବଭାରତୀୟ ସ୍ତରରେ ୧୫୦ଟି ମ୍ୟୁଜିକ୍ ଷ୍ଟୋରରେ କାର୍ଯ୍ୟକ୍ରମକୁ ବିସ୍ତାର କରି କଳାକାରଙ୍କୁ ସମର୍ଥନ କରିବା ।

ଓରା ଟ୍ରାନ୍ସମିଡିଆ ନିଜର ପ୍ରଥମ ସଙ୍ଗୀତକୁ ମେ ୨୭ରେ ରିଲିଜ୍ କରିବ । ଏହାର ନାଁ ରହିଛି ୟାଦୋଁ କା ୟେ ଜହାଁ । ଏହାକୁ ବଲିଉଡ୍ ଗାୟକ ଋତୁରାଜ ମହାନ୍ତି ଗାଇଛନ୍ତି ।

ଏହା ଓରା ଟ୍ରାନ୍ସମିଡିଆ ଏବଂ ଋତୁରାଜଙ୍କ ମିଳିତ ସହଯୋଗରେ ପ୍ରଥମ ରିଲିଜ୍  ହେବ । ଋତୁରାଜ ଭୁଥନାଥ ରିଟର୍ଣ୍ଣରୁ ସାହେବ, ତେରାସୁରୁର, ବାଙ୍ଗିସ୍ତାନର ମଉଲା, ବୁଦ୍ଧିଆସିଂହର ଦଉଡ୍ ଦଉଡ୍ ଭଳି ଅନେକ ବଲିଉଡ ଗୀତ ଗାଇଛନ୍ତି। ନିକଟରେ ଖ୍ୟାତିସମ୍ପନ୍ନ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମିତ୍ରଙ୍କ ଦ୍ୱାରା ହାତି ମେରା ସାଥୀ ଚଳଚ୍ଚିତ୍ରରୁ ଶୁକ୍ରିଆ ସଙ୍ଗ୍ ନିକଟରେ ରିଲିଜ୍ ହୋଇଛି ।

ଗୀତ - ୟାଦୋଁ କା ୟେ ଜାହାଁ

ଗାୟକ- ଋତୁରାଜ ମହାନ୍ତି

ସଙ୍ଗୀତ-ସୁଦୀପ ପ୍ରଭୁ

ଗୀତ-ସମିତ ପଟ୍ଟନାୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.